ବଡ଼ରମା ଘାଟିରେ ଟ୍ରକ ଦୁର୍ଘଟଣା, ଚାଳକ ଆହତ

0

ଜମନକିରା: ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୫୩ ବଡ଼ରମା ଘାଟିରେ ଆଜି ଶନିବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଏକ ଟ୍ରକ ରେଜିଷ୍ଟେସନ ନମ୍ବର ଡବ୍ଲୁବି ୨୭ ୩୫୪୧ ଟି ନାସିକ ରୁ କଲିକତା ଅଭିମୁଖେ ଟମାଟୋ ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି l ଦୁର୍ଘଟଣାରେ ଗାଡିଟି ଓଲଟି ଯାଇଥିବା ବେଳେ ଗାଡ଼ିରେ ଥିବା ଚାଳକ ବିଜୟ କୁମାର ଦାସ ଓ ଅନ୍ୟ ଜଣେ ଚାଳକ ଦୀପୁ କୁମାର ଯାଦବ ଗୁରୁତ୍ତର୍ ଆଘାତ ହୋଇ ଥିବା ସୂଚନା ମିଳିଛି l ଡ୍ରାଇଭର ଦୀପୁ କୁମାର ଯାଦବଙ୍କ ଗୋଡ଼ ଓ ହାତରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିବା ଜଣାଯାଇଛି। ଜମନକିରା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଥିବା ଜଣା ପଡ଼ିଛି।

Leave A Reply

Your email address will not be published.