ସେପ୍ଟେମ୍ୱର ୧୫ତାରିଖ ସନ୍ଧ୍ୟା ରେ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ ଦୂରଦର୍ଶନ ର ପ୍ରତିଷ୍ଠା ଦିବସ

0

ଭୁବନେଶ୍ଵର: ସେପ୍ଟେମ୍ୱର ୧୫ତାରିଖ ସନ୍ଧ୍ୟା ରେ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ ଦୂରଦର୍ଶନ ର ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଛି। ୬୪ ବର୍ଷ ତଳେ ୧୯୫୯ ମସିହାର ଏହି ପବିତ୍ର ଦିନରେ ଦୂରଦର୍ଶନ ଆରମ୍ଭ କରିଥିଲା ତାର ପ୍ରସାରଣ ର ଯାତ୍ରା। ସେ ଦିନ କେବଳ ଦିଲ୍ଲୀ ମହାନଗରୀରେ ସୀମିତ ଥିବା ଦୂରଦର୍ଶନ ପ୍ରସାରଣ ଆଜି କେବଳ ଜାତୀୟ ସ୍ତରରେ ନୁହେଁ ଆନ୍ତର୍ଜାତୀକ ସ୍ତରକୁ ମଧ୍ୟ ପରିବ୍ୟାପ୍ତ। ସେହି ଶୁଭ ଦିନକୁ ମନେ ପକାଇବା ପାଇଁ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ଵର  ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ସେଦିନ ସନ୍ଧ୍ୟା ୭.୩୦ ରୁ ରାତି ୯.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟାର ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ଯକ୍ରମ ନିମନ୍ତ୍ରିତ ଅତିଥି ମାନଙ୍କ ସମ୍ମୁଖରେ ପରିବେଷଣ କରାଯିବ ଓ କାର୍ଯ୍ୟକ୍ରମ ର ସିଧାପ୍ରସାରଣ ମଧ୍ୟ କରାଯିବ। ଏହି କାର୍ଯ୍ୟକ୍ରମରେ ଓଡିଶାର ସମସ୍ତ ଅଞ୍ଚଳର ଲୋକପ୍ରିୟ କଳାକାରମାନେ ଯୋଗଦେଇ ସେମାନଙ୍କ କଳାନୈପୁଣ୍ୟ ପ୍ରଦର୍ଶନ କରିବେ । ଦର୍ଶକମାନେ ଡିଡି ଓଡ଼ିଆ ରେ ଏହି ସିଧାପ୍ରସାରଣ କୁ ଉପଭୋଗ କରିବାପାଇଁ ଦୂରଦର୍ଶନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନୁରୋଧ  କରାଯାଇଛି |

Leave A Reply

Your email address will not be published.