ଭଞ୍ଜନଗରରେ ନୂତନ ଥାନାଧିକାରୀ ଭାବେ ଯୋଗଦାନ କରିବେ ଭଗବାନ ପୂଜାରୀ।

0

ଭଞ୍ଜନଗର ରୁ ଉଦୟନାଥ ପଣ୍ଡା : ଭଞ୍ଜନଗର ସହରର ନୂତନ ଥାନାଧିକାରୀ ଭାବେ ଚଳିତ ସେପ୍ଟେମ୍ବର ୧୪ ତାରିଖ ଗୁରୁବାର ଦିନ ଦାୟିତ୍ଵ ଗ୍ରହଣ କରିବେ ଶ୍ରୀ ଭଗବାନ ପୂଜାରୀ । ଏଥି ସମ୍ବନ୍ଧିତ ବିଧିବଦ୍ଧ ଭାବେ, ଗଞ୍ଜାମଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗମୋହନ ମିନା ନିର୍ଦେଶ ଜାରିକରିସାରିଛନ୍ତି।
ଶ୍ରୀ ପୂଜାରୀ, ସୁନ୍ଦର ଗଡ଼ ଜିଲ୍ଲା ବିଶ୍ରା ଥାନାରୁ ବଦଳିହେବାପରେ ଚଳିତ ଗୁରୁବାର ୧୪ ତାରିଖ ରେ ଭଞ୍ଜନଗର ଥାନାରେ ( ଆଇ.ଆଇ.ସି ) ଥାନାଧିକାରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିବେ। ନୂତନ ଥାନାଧିକାରୀ ଙ୍କ ଯୋଗଦାନ କୁ ନେଇ ଭଞ୍ଜନଗର ସହରର ଜନସାଧାରଣ ଖୁବ୍ ଖୁସି। ଥାନାଧିକାରୀ ଙ୍କ ଦାୟିତ୍ଵ ଗ୍ରହଣ ପରେ ଭଞ୍ଜନଗର ରୁ ଅସାମାଜିକ କାର୍ଯ୍ୟକଳାପ ଓ ସହର କୁ ଅଶାନ୍ତ କରୁଥିବା କେତେକ ଦୁବୁର୍ତ୍ତଙ୍କର ପୁଣି ସଫା ହୋଇପାରିବ ବୋଲି ଭଞ୍ଜନଗର ଜନସାଧାରଣଙ୍କ ଭିତରେ ଆଶା ପ୍ରକାଶ ପାଇଛି |

Leave A Reply

Your email address will not be published.