ରାଉରକେଲା,(ବସନ୍ତ କୁମାର ଜେନା);- ଶାରଦୀୟ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜାକୁ ନେଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସର୍ବସହମତି ରେ ପ୍ରତି ଦୁଇବର୍ଷରେ କେନ୍ଦ୍ରୀୟ ପୂଜା କମିଟିର ନିର୍ବାଚନ କରିବାର ନିଷ୍ପତ୍ତି ଗ୍ରହଣ କରା ଯାଇଛି। ସେଥିପାଇଁ ଗତ ବର୍ଷ ର ୨୦୨୨ର ନିର୍ବାଚିତ ସଦସ୍ୟ ମାନେ ମଧ୍ଯ ଚଳିତ ବର୍ଷ ୨୦୨୩ କେନ୍ଦ୍ରୀୟ ପୂଜା କମିଟି ର ସଦସ୍ଯ ରହିବେ।
ପୂଜା ମଣ୍ଡପ ଚତୁପାର୍ଶ୍ଵ ସଂପୂର୍ଣ୍ଣ ପରିଷ୍କାର ପରିଛନ୍ନ ରଖିବାକୁ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ବାରୋପ କରି ଥିଲେ। ପରିସ୍କାର ପରିଛନ୍ନ ନ ରଖିଲେ ଆଥିର୍କ ଜୋରିମାନା ଭରିବାକୁ ପଡିବ ବୋଲି ସେ କହିଥିଲେ।
ଚଳିତ ବର୍ଷ ଯେଉଁ ପୂଜା କମିଟି ନିଜ ନିଜ ପୂଜା ମଣ୍ଡପ ଚତୁପାର୍ଶ୍ଵ ସ୍ବଚ୍ଛ , ପରିଷ୍କାର ଓ ପରିବେଶ ଅନୁକୂଳ ରଖିବେ ଏବଂ ପୂଜା ସରିବା ପରେ ପଡିଆକୁ ସଫା କରିବେ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ତିନି କମିଟିକୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ପ୍ରଥମ ପୁରସ୍କାର ୨୦ହଜାର , ଦ୍ବିତୀୟ ପୁରସ୍କାର ୧୫ହଜାର ଓ ୩ୟ ପୁରସ୍କାର ୧୦ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଘୋଷଣା କରିଥିଲେ।
ବୈଠକରେ ଚଳିତ ବର୍ଷ ମଧ୍ୟ ରାଉରକେଲା ଏଡିଏମଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂଜା ସମ୍ପର୍କିତ ସମସ୍ତ ଅନୁମତି ପ୍ରଦାନ ପାଇଁ ଏଡିଏମଙ୍କ କାର୍ଯ୍ୟାଳୟରେ ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା କରାଯିବ। ଏହି ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ଅନୁୁଯାୟୀ ବିଦ୍ୟୁତ, ଅଗ୍ନିଶମ, ନିର୍ବାହୀ ଯନ୍ତ୍ରୀଙ୍କ ଭଳି ବିଭିନ୍ନ ବିଭାଗର ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ। ଏବଂ ଆବଶ୍ୟକୀୟ ଯାଞ୍ଚ କଲା ପୂଜା ମଣ୍ଡପ ଗୁଡ଼ିକରେ ପୂଜା ଆୟୋଜନ କରିବା ନେଇ ଅନୁମତି ପ୍ରଦାନ କରିବେ। ଏହା ସହିତ ଭସାଣି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
ଅନ୍ୟପକ୍ଷରେ ସାଧାରଣ ଲୋକ, ବୟସ୍କ ଓ ବିକଳାଙ୍ଗ ମାନଙ୍କ ପାଇଁ ଦର୍ଶନରେ ସୁବିଧା ଏବଂ ସୁରକ୍ଷା ଦୃଷ୍ଟିରୁ ପୂଜା ମଣ୍ଡପ ସମେତ ଏହାର ଆଖପାଖ ଅଞ୍ଚଳକୁ ଆଲୋକିତ କରିବା। ବଡ଼ ବଡ଼ ପୂଜା ମଣ୍ଡରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବା, ମଣ୍ଡପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା,ସ୍ବେଛାସେବୀ ନିୟୋଜନ ଉପରେ ଗୁରୁତ୍ବାରୋପ କରିଥିଲେ ।
ଏତଦବ୍ୟତୀତ ମୂର୍ତ୍ତି ନିର୍ମାଣରେ କେମିକାଲ ଯୁକ୍ତ ରଙ୍ଗ ବଦଳରେ ପ୍ରାକୃତିକ ରଙ୍ଗର ବ୍ୟବହାର ଏବଂ ଅଧିକ ଜୋରରେ ଡିଜେ ନବଜାଇବା ଲାଗି ପ୍ରଶାସନ ପକ୍ଷରୁ ପୂଜା କମିଟି ଗୁଡ଼ିକୁ ନିବେଦନ କରାଯାଇଥିଲା।
ଏହି ବୈଠକରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ, ଅତିରିକ୍ତ ଏସପି ରବୀନ୍ଦ୍ର କୁମାର ରାଉତ, ଉପ ଜିଲ୍ଲାପାଳ, ପାନପୋଷ ବିଜୟ କୁମାର ନାୟକ, ଓ ରାଉରକେଲା ମହାନଗର ନିଗମର ଉପ ଆୟୁକ୍ତ ସୁଧାଂଶୁ ଭୋଇ, ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ଥାନାଅଧିକାରୀ ଓ କେନ୍ଦ୍ରୀୟ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.