ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

0

ଜଣେ ଭିନ୍ନକ୍ଷମ, ଚାରି ଜଣ ପୋଲିସ, ସମେତ 41 ଜଣ ସ୍ଵେଚ୍ଛାକୃତ ରକ୍ତଦାନ କଲେ ।

ବେଲଗୁଣ୍ଠା/ ଶିବରାମ ଚୌଧୁରୀ: ଗଂଜାମ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଗୁରୁମା ସ୍ଵର୍ଗତ ବିଜୟଲକ୍ଷ୍ମୀ ସାମଲଙ୍କର ଦ୍ୱାଦଶାହ ତିଥିରେ ସମ୍ବାଦ ଆମ ଓଡ଼ିଶା ଏବଂ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରକୁ ବେଲଗୁଣ୍ଠା ଥାନା ଏସ୍ଆଇ ନାରାୟଣ ନାୟକ, ଏଏସ୍ଆଇ ବିଶ୍ଵନାଥ ମଲ୍ଲିକ, ବିଶିଷ୍ଟ ଶିକ୍ଷାବିତ୍ ମନୋରଞ୍ଜନ ପାଣିଗ୍ରାହୀ, ରୋଟାରୀ କ୍ଲବ୍ ଉପପ୍ରାନ୍ତପାଳ ଭି ଦେବୀ ପ୍ରସାଦ ପାତ୍ର, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ବିଦ୍ୟାଳୟ ସଭାପତି ଅରୁଣ ସଢଙ୍ଗୀ,ସମ୍ପାଦକ ମାଧବ ଚନ୍ଦ୍ର ଆପଟ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ I ଏହି ରକ୍ତଦାନ ଶିବିରରେ ଜଣେ ଭିନ୍ନକ୍ଷମ ଉତ୍ସାହର ସହିତ ରକ୍ତଦାନ କରି ଅନ୍ୟ୍ ମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ I ଏହା ସହିତ ଜଣେ ଦମ୍ପତି, ଚାରିଜଣ ପୋଲିସ। ଓ ଦୁଇ ମହିଳାଙ୍କ ସମେତ ମୋଟ 41 ଜଣ ରକ୍ତଦାତା ଏହି ରକ୍ତଦାନ ଶିବିରରେ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଏବଂ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ସମ୍ପାଦକ ମାଧବ ଚନ୍ଦ୍ର ଆପଟ ପରିଚାଳନା କରିଥିଲେ I ରକ୍ତ ସଂଗ୍ରହରେ ଭଞ୍ଜନଗର ରକ୍ତଭଣ୍ଡାର କର୍ମଚାରୀମାନେ ସହଯୋଗ କରିଥିଲେ I ବର୍ଷାସତ୍ୟେ ରକ୍ତଦାତାଙ୍କ ମଧ୍ୟରେ ପ୍ରବଳ ଉଚ୍ଚାହ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.