ଶେଷ ପର୍ଯ୍ୟାୟ ରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ବିଶ୍ୱକର୍ମା, ଗଣେଶ ମୂର୍ତ୍ତି ନିର୍ମାଣ ରେ ନିମଗ୍ନ କାରିଗର

0

ଜମନକିରା  ପାର୍ବଣ ଋତୁ ର ଆଗମନ ରେ ଉତ୍ସବ ମୁଖର ହେବାକୁ ଯାଉଛି ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ l ଚଳିତ ସେପ୍ଟେମ୍ବର 17,ତାରିଖ ରେ ବାବା ବିଶ୍ୱକର୍ମାଙ୍କ ପୂଜା ରହିଥିବା ବେଳେ 19 ତାରିଖ ରେ ପୂଜା ପାଇବେ ବିଜ୍ଞହର୍ତ୍ତା ପ୍ରଭୁ ଶ୍ରୀ ଗଣେଶ l ଯାହାକୁ ନେଇ ଜମନକିରା ଅଞ୍ଚଳ ରେ ବିଶ୍ୱକର୍ମା ଏବଂ ଗଣେଶ ମୂର୍ତ୍ତି ନିର୍ମାଣ ରେ ଲାଗିପଡିଛନ୍ତି ନିମଗ୍ନ କାରିଗର l ଏପରିକି କାରିଗର ମାନେ ଦିନ ରାତି ଏକ କରି ଛୋଟ ବଡ ଗଣେଶ ମୂର୍ତ୍ତି ଓ ବିଶ୍ୱକର୍ମା ମୂର୍ତ୍ତି ନିର୍ମାଣ ରେ ବ୍ୟସ୍ତ ହୋଇପଡିଛନ୍ତି l ପରମ୍ପରା ଅନୁଯାଇ ବିଶ୍ୱକର୍ମା ପୂଜା ଯାନ୍ତ୍ରିକ ଇଲେକ୍ଟ୍ରି ଦୋକାନ, ଗେରେଜ, ଯାନବାହାନ ସୋ ରୁମ ବସ ଓ ବିଭିନ୍ନ ଯାନବାହାନ ମାନଙ୍କ ରେ ପୂଜାର୍ଚନା କରା ଯାଇଥାଏ ସେହିଭଳି ଗଣେଶ ପୂଜାକୁ ଶିକ୍ଷାଅନୁଷ୍ଠାନ, ଅଫିସ କାର୍ଯ୍ୟାଳୟ, ସହର ବା ଗାଁ ମଧ୍ୟରେ, ଘରେ ଘରେ ମହା ଆଡମ୍ବର ସହିତ ପୂଜାର୍ଚନା କରିଥାନ୍ତି l ଯାହାକୁ ନେଇ ମୂର୍ତ୍ତି ର ଚାହିଦା ବେଶ ପ୍ରଭାବିତ ରହିଥିବା ବେଳେ ଅନେକ ଶିଳ୍ପୀ ଏହି ମାଟି ମୂର୍ତ୍ତି ବିକ୍ରିକରି ବେଶ ଅର୍ଥ ଉପାର୍ଜନ କରିଥାନ୍ତି l ଜମନକିରା ସହର ଠୁ ଧରି ବିଭିନ୍ନ ଗ୍ରାମର ସ୍ଥାନ ରେ ମୂର୍ତ୍ତି ନିର୍ମାଣ ଚାଲିଥିବା ବେଳେ ବର୍ତ୍ତମାନ ଗଢ଼ଣ କାର୍ଯ୍ୟା ମଧ୍ୟ ଶେଷ ପର୍ଯ୍ୟାୟ ରେ ପହଞ୍ଚିଥିବା ଜଣା ପଡିଛି l ପ୍ରାୟ ସମସ୍ତ ନିର୍ମାଣ ଅନୁଷ୍ଠାନ ରେ ପ୍ରାୟ 4ରୁ 5 ଜଣା କାରିଗର ନିୟୋଜିତ ରହି ସହଯୋଗ କରୁଥିବା ବେଳେ ମାଟି ଓ ଅନ୍ୟ ପଦାର୍ଥ ରେ ନିର୍ମାଣ ସୁନ୍ଦର ସୁନ୍ଦର ମୂର୍ତ୍ତି କରାଯାଉଥିବା କାରିଗର ମାନେ କରିଛନ୍ତି l ତେବେ ବଜାର ରେ ବିଶ୍ୱକର୍ମା ଏବଂ ଗଣେଶ ମୂର୍ତ୍ତି 300 ଟଙ୍କା ରୁ ଆରମ୍ଭ କରି 25000ଟଙ୍କା ରହିଥିବା କାରିଗର ପବନ ନାଏକ କହିଛନ୍ତି l

Leave A Reply

Your email address will not be published.