ବ୍ଲକ୍ କଂଗ୍ରେସ ପକ୍ଷରୁ ଦାବି ପତ୍ର ପ୍ରଦାନ

0

ବାସୁଦେବପୁର -ସାଧାରଣ ଗରିବ ହିତାଧିକାରୀ ମାନଙ୍କୁ ଦୁଇ ମାସର ଅନୁଦାନ ସାଧାରଣ ଖାଉଟି ମାନଙ୍କୁ  କରଞ୍ଜଆଡିଆ ଡିଲର କ୍ଷୀରମଣୀ ସାହୁ ପ୍ରଦାନ କରିନଥିଲେ ସାଧାରଣ ଖାଉଟି ମାନେ ଏବିଷୟରେ ବାରମ୍ବାର ବ୍ଲକ କର୍ତ୍ତୁପକ୍ଷ ମାନଙ୍କୁ ଅବଗତ କରାଇବା ପରେବି ଖାଉଟିମାନେ ଉକ୍ତ ଦୁଇମାସର ସରକାରୀ ଅନୁଦାନ ପାଇପାରିଲେ ନାହିଁ !ତୁରନ୍ତ ସ୍ଥିତି ଅନୁଧ୍ୟାନ କରି ଡିଲରଙ୍କୁ ନିଲମ୍ବନ କରିବା ସଙ୍ଗେ ସଙ୍ଗେ ଦୁଇମାସର ଚାଉଳ ଆଗାମୀ ୭ଦିନ ମଧ୍ୟରେ ହିତାଧିକାରୀ ମାନଙ୍କୁ ପ୍ରଦାନ କରିବା ନିମନ୍ତେ ବାସୁଦେବପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ବ୍ଲକ କଂଗ୍ରେସ ପକ୍ଷରୁ ପ୍ରଦାନ କରାଯାଇଛି। ଯଦି ଆଗାମୀ ୭ ଦିନ ମଧ୍ୟରେ ଦାବି ପୂରଣ ନହୁଏ ଆସନ୍ତା ତା୨୨.୦୯.୨୦୨୩ରିଖ କଂଗ୍ରେସ ଦଳ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଜଣା ଯାଇଛି। ଜିଲ୍ଲା ସଭାପତି ଅଶୋକ କୁମାର ଦାସ ଙ୍କ ସହ ଅନେକ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହି ଦାବି ପ୍ରଦାନ କରିଥିଲେ।

Leave A Reply

Your email address will not be published.