ନଦୀରେ ଭାସି ଲିଭିଗଲା ୫ବର୍ଷର ଶିଶୁ

0

ରାୟଗଡା / କାଶୀପୁର ରୁ ବୈକୁଣ୍ଠ ଦୁରିଆ -ଏଭଳି ଏକ ହୃଦୟ ବିଦାରକ ଘଟଣା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତରେ ଘଟିଛି ଯାହାକି ଗତକାଲି ଅପରାହ୍ନ ଚାରିଟା ସମୟରେ ନଦୀରେ ଭାସିଯାଇ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁର ନାମ ବୈକୁଣ୍ଠ ମାଝୀ ବୟସ ୫ ବର୍ଷ ମାଆଙ୍କ ନାମ ବାସନ୍ତୀ ମାଝୀ । ଘଟଣାଟି ଘଟିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତ ଧାଙ୍ଗଡିସିଲ ନଦୀରେ। ମୃତ ଶିଶୁଙ୍କ ଘର କୁଟୁରାଗୁଡା ଗ୍ରାମ ହୋଇଥିବା ବେଳେ ପୂର୍ବରୁ ବାପାଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ସୁଚନା ମିଳିଛି। ଗାଧେଇବାକୁ ନଦୀରେ ଯାଇଥ‌ିବା ବେଳେ ନଦୀରୁ ବାହାରି ପାରିନଥିଲେ ଏବଂ ନଦୀରେ ବର୍ଷା ଯୋଗୁଁ ବଢ଼ି ପାଣି ମିଶି ଥ‌ିବାରୁ ପାଣିର ସ୍ତର ବଢ଼ିଥିବା ଫଳରେ ଏହିପରି ଅଘଟଣ ଘଟିଥିବା ଖବର ଆସୁଛି ବର୍ତ୍ତମାନ ଅଣ୍ଡିରାକଞ୍ଚ ଥାନା କର୍ମଚାରୀ ପହଞ୍ଚି ତଦନ୍ତ କରୁଥିବା ବେଳେ କୌଣସି ସରକାରି ଆମ୍ବୁଲାନ୍ସ ସୁବିଧା ହୋଇପାରିଲା ନାହିଁ ଏପରିକି କମ୍ପାନୀ ଆମ୍ବୁଲାନ୍ସ ମଧ୍ଯ ଉପଲବ୍ଧ ନଥିବାରୁ ମିଳିଲାନାହିଁ ଶେଷରେ ସ୍ଥାନୀୟ ସରପଞ୍ଚ ଏବଂ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ କାଶୀପୁରରୁ ଆମ୍ବୁଲାନ୍ସ ଯାଇ ଶବ ଆଣି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯିବା ପରେ ଶବ ପରିବାରକୁ ହସ୍ତାନ୍ତର କରାଯିବାର ସୂଚନା ଆସିଛି ।

Leave A Reply

Your email address will not be published.