ସତ୍ୟବାଦୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ରାୟଚକ୍ରଧରପୁର ଗ୍ରାମର ଧର୍ମପରାୟଣ ବୃଦ୍ଧା ରମାମଣି ମିଶ୍ରଙ୍କ ଭୁବନେଶ୍ୱର ର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥା ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ଅଶୀ ବର୍ଷ ବୟସ ହୋଇଥିଲା।ନିଜର ଅମାୟିକ ବ୍ୟବହାର ସ୍ନେହୀ ସ୍ବଭାବ ତଥା ଗ୍ରାମ ତଥା ଅଞ୍ଚଳରେ ଶାନ୍ତି ସଦଭାବନା ବାର୍ତ୍ତା ବାଣ୍ଟି ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ।ଭାଗବତ କୁ ନିଜ ଜୀବନର ଆର୍ଦଶ ଭାବରେ ଗ୍ରହଣ କରି ଆଜୀବନ ଜଗନ୍ନାଥ ଚିନ୍ତା ଚେତନା ରେ ବୁଡି ରହି ଅନ୍ୟକୁ ମଧ୍ୟ ସେହି ମାର୍ଗ ଅନୁସରଣ ପାଇଁ ପ୍ରବର୍ତ୍ତାଉଥିଲେ।
ମୃତ୍ୟୁ ଶଯ୍ୟା ନିକଟରେ ସ୍ବାମୀ ପଣ୍ଡିତ ଚିନ୍ତାମଣି ମିଶ୍ର ଙ୍କ ସହ ତିନି ପୁଅ ବୋହୁ ଝିଅ ଜ୍ବାଇଁ ନାତି ନାତୁଣୀ ଆଦି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.