ଦଳୀୟ ନେତ୍ରୀଙ୍କୁ I LOVE YOU କହି ଗିରଫ ହେଲେ ବ୍ଲକ ସଭାପତି ।

0

ସେପଟେ ସଭାପତିଙ୍କ ବିରୋଧରେ ଅଭିଯୋଗ ଆଣିଥିବା ନେତ୍ରୀ ବି ନିଲମ୍ବିତ

କେନ୍ଦ୍ରାପଡା : ପ୍ରଥମେ ସାମାଜିକ ଗଣ ମାଧ୍ୟମରେ ଦଳୀୟନେତ୍ରୀଙ୍କୁ ପ୍ରେମ ନିବେଦନର ଅଡିଓ ରେକଡିଂ ଭାଇରାଲ ।ପରେ ଥାନାରେ ହେଲା ଅଭିଯୋଗ ।ଆଉ ତା ପରେ ନିଲମ୍ବିତ ହେଲେ ଗରଦପୁର ବିଜେଡି ବ୍ଲକ ସଭାପତି ଶଶାଙ୍କ ଶେଖର ପରିଡା । ଦଳୀୟନେତ୍ରୀଙ୍କୁ ଆଇ ଲଭ ୟୁ କହି ଆସିଥିଲେ ବିବାଦ ଘେରକୁ।ଥାନାରେ ଅଭିଯୋଗ ପରେ ଶଶାଙ୍କ ଙ୍କୁ ନିଲମ୍ବିତ କରିଥିଲେ ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡା ।ଶ୍ରୀ ପରିଡାଙ୍କ କାର୍ଯ୍ୟାନୁଷ୍ଠାନ ପରେ ପୁଣି ଆକ୍ସନ ମୁଡ଼କୁ ଆସିଲା ଜିଲ୍ଲା ବିଜୁ ମହିଳା ଜନତା ଦଳ । ସଭାପତିଙ୍କ ନାଁରେ ଅଭିଯୋଗ ଆଣିଥିବା ସମ୍ପାଦିକାଙ୍କ ଉପରେ ହେଲା କାର୍ଯ୍ୟାନୁଷ୍ଠାନ ।ସମ୍ପାଦିକା ରାଜଲଷ୍ମୀ ରାଉତରାୟ ଙ୍କୁ ନିଲମ୍ବିତ କଲେ ଜିଲ୍ଲା ବିଜୁମହିଳା ଜନତା ଦଳର ସଭାନେତ୍ରୀ ରୋସ୍ନା ସାହୁ । ଶଶାଙ୍କ ପ୍ରତି ଦଳର କାର୍ଯ୍ୟାନୁଷ୍ଠାନ ପରେ ପୋଲସ ବି ଆକ୍ସନ ମୁଡ଼ରେ । ଗିରଫ ହେଲେ ଗରଦପୁର ବ୍ଲକ ବିଜେଡି ସଭାପତି ଶଶାଙ୍କ ପରିଡା ।
U/S 294 354D 509/507/506 IPC ଭଳି ସଙ୍ଗୀନ ଦଫା ଲଗାଇ ଜେଲ ପଠାଇଲା ପୋଲସ । ସୂଚନା ଅନୁଯାୟୀ ଆଗାମୀ ୧୨ ତାରିଖ ପର୍ଯ୍ୟନ୍ତ ଜେଲରେ ଦିନ କାଟିବେ ବ୍ଲକ ସଭାପତି ଶଶାଙ୍କ ପରିଡା ।

Leave A Reply

Your email address will not be published.