ଅଶ୍ଳୀଳ ଫୋଟ ଓ ଭିଡିଓ ଭାଇରାଲ କରି ଯୁବକ ଗିରଫ

0

ସାରସକଣା /ଦିପୁ ମହାପାତ୍ର: ଶାସକ ପ୍ରଶାସକ ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ଝାଡ଼ପୋଖରିଆ ଥାନା ଅଂଚଳରେ ଘଟିଯାଇଛି ଏକ ଲଜ୍ୟା ଜନକ ଅଭାବନୀୟ ଘଟଣା। ସୂଚନା ମୁତାବକ ଜଣେ ବିବାହିତ ମହିଳାଙ୍କ ଆପତ୍ତି ଜନକ ଫୋଟ ଓ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ କରିଥିଲେ । ଯୁବକ ଜଣକ ହେଲେ ବାଙ୍ଗିରୀପୋଷୀ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ବୋଲି ଜଣା ପଡିଛି। ତେବେ ପୂର୍ବରୁ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ଏବଂ ପରବର୍ତ୍ତୀ ସମୟରେ ମହିଳାଙ୍କର ବିବାହ ପରେ ଯୁବକ ଆକ୍ରୋସର ଶିକାର ହୋଇ ମହିଳାଙ୍କ ଆପତ୍ତିଜନକ ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଛାଡି ଥିବାର ତଦନ୍ତରୁ ଜଣା ପଡିଛି। ମହିଳାଙ୍କ ଅଭିଯୋଗ ମୁତାବକ ଝାଡପୋଖରିଆ ଥାନା କେଶ ନମ୍ବର୍ ୨୨୧/୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଝାଡପୋଖରିଆ ଥାନା ଭାରପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ପ୍ରକାଶ କରିଛନ୍ତି । 

Leave A Reply

Your email address will not be published.