ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର କମିଶନର୍ ଶ୍ରୀମତି ରୂପା ରୋଶନ ସାହୁ ଗଜପତି ଜିଲ୍ଲାକୁ ଦିନିକିଆ ଗସ୍ତ କରି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବିଭାଗିୟ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ।
ଏହି ସମୀକ୍ଷା ବୈଠକରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା , ପାରଳାଖେମୁଣ୍ଡି ବିଭିନ୍ନ ଯୋଜନାରେ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ଗ୍ରହଣ କରିଥିବା ଅନୁଦାନକୁ ନେଇ କ’ଣ କ’ଣ କାମ ହୋଇଛି ଏବଂ କେତେ ଖର୍ଚ୍ଚ ହୋଇଛି ସେହି ଉପରେ ସମୀକ୍ଷା କରିବା ସହ ଶିଘ୍ର କାର୍ଯ୍ୟ ଶେଷ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ , ଗଜପତି ୨୦୨୨-୨୩ ଆର୍ଥିକ ବର୍ଷରେ ଗ୍ରହଣ କରିଥିବା ଅନୁଦାନ ଓ ପରିଷଦ ଦ୍ବାରା ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତିର ପଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।
ଜିଲ୍ଲାର ଚାରୋଟି ବ୍ଲକ୍ ଯଥା ରା. ଉଦୟଗିରି , ନୂଆଁଗଡ଼ , ରାୟଗଡ଼ ଓ ଗୁମ୍ମା ବ୍ଲକ୍ ରେ ଆରମ୍ଭ ହେବାକୁ ଥିବା ଚାରୋଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ଭୂମି ଗ୍ରହଣ ଏବଂ ଭିତ୍ତିଭୂମି ସ୍ଥାପନ କାର୍ଯ୍ୟର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ।
ଜିଲ୍ଲାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ ଲୋକ ବସବାସ କରୁଥିବାରୁ ସେମାନଙ୍କର ଶିଶୁ ମାନଙ୍କର ଉତ୍ତମ ଶିକ୍ଷା ପାଇଁ ଆବାସିକ ବିଦ୍ୟାଳୟ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତାବ ଦେଲେ ବିଭାଗ ସ୍ତରରେ ବିଚାରକୁ ନିଆଯାଇପାରିବ।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବଙ୍କ ଗଜପତି ଗସ୍ତ ସମୟରେ ଗ୍ରହଣ କରିଥିବା ଅଭିଯୋଗ ଉପରେ କ’ଣ କ’ଣ ପଦକ୍ଷେପ ନିଆଯାଇଛି ତାହାରି ଉପରେ ସମୀକ୍ଷା କରିବା ସହ ସମସ୍ତ ଅଭିଯୋଗ ଉପରେ ଡିପିଆର୍ ପ୍ରସ୍ତୁତ କରି ଯଥାଶୀଘ୍ର ରାଜ୍ୟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ କରିବାକୁଥିବା କାର୍ଯ ଗୁଡିକୁ ଜିଲ୍ଲାପାଳ ଙ୍କ ସହାୟତାରେ ଶ୍ରୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ତୃତୀୟ ପର୍ଯ୍ୟାୟରେ SC & ST ଉନ୍ନୟନ ବିଭାଗର ଉଚ୍ଚ ବିଦ୍ୟାଳୟ ଗୁଡୁକର ରୂପାନ୍ତରିତ କାର୍ଯକୁ ସମୀକ୍ଷା କରିବା ସହ ଚତୁର୍ଥ ପର୍ଯ୍ୟାୟରେ ଅନୁମୋଦିତ ହୋଇଥିବା ବିଦ୍ୟାଳୟ ଗୁଡିକର ରୂପାନ୍ତରିତ କାର୍ଯକୁ ଶ୍ରୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଜିଲ୍ଲାରେ ପ୍ରତିଷ୍ଠିତ ହୋଇଥିବା ଆଦିବାସୀ ଶିଶୁ ମାନଙ୍କ ପାଇଁ ଅନ୍ୱେଷା କାର୍ଯକ୍ରମ ଉପରେ ମଧ୍ୟ ସଚିବ ମହୋଦୟା ସମୀକ୍ଷା କରିଥିଲେ।
ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ବିରେନ୍ଦ୍ର କୁମାର ଦାସ , ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ ଡ଼ଃ ଗୁଣନିଧି ନାୟକ , ପ୍ରକଳ୍ପ ପ୍ରଶାସକ ଶ୍ରୀ ଫାଲଗୁନି ମାଝୀ , ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ମମତା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.