ଇଞ୍ଜିନିୟର ସନ୍ତୋଷ ସିହ୍ନାଙ୍କ ପରଲୋକ l

0 1

ପଦ୍ମପୁର :- ସହରର ଜଣାଶୁଣା ସିହ୍ନା ପରିବାରର ଇଂ. ସନ୍ତୋଷ ସିହ୍ନା ଙ୍କ ୮୨ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ସ୍ଵର୍ଗତ ସିହ୍ନା ୧୯୬୦ ଦଶକରେ ତତ୍କାଳୀନ କେନ୍ଦୁଝର ଇଂଜିନିୟରିଂ ସ୍କୁଲରେ ମାଇନିଂ ପାଠପଢ଼ି ଓଡ଼ିଶାର ବିଭିନ୍ନ ମାଇନିଂ ସଂସ୍ଥାରେ ସଫଳତା ସହ କାର୍ଯ୍ୟ କରି ଚାକିରିରୁ ଅବସର ନେଇଥିଲେ। ଏଥିସହ ପଦ୍ମପୁରରେ ହୋଟେଲ ବ୍ୟବସାୟ ମଧ୍ୟ କରିଆସୁଥିଲେ। ସେ ଜଣେ ସ୍ବାଭିମାନୀ, କର୍ମଠ ତଥା ମେଳାପି ବ୍ୟକ୍ତି ଥିଲେ। ବରଗଡ଼ରୁ ସ୍ବର୍ଗତ ସିହ୍ନାଙ୍କ ପାର୍ଥିବ ଶରୀର ଆଜି ପଦ୍ମପୁରରେ ପହଞ୍ଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ତାଙ୍କ ଶବାଧାରରେ ସହରର ବହୁ ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା ତଥା ବନ୍ଧୁପରିଜନ ସାମିଲ ହୋଇଥିଲେ। ପଦ୍ମପୁରସ୍ଥିତ ରାଜଘାଟଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଏକମାତ୍ର ପୁଅ ସରଳ ସିହ୍ନା ମୁଖାଗ୍ନି ଦେଇଥିଲେ।

Leave A Reply

Your email address will not be published.