ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: ଆଜି ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ଗଞ୍ଜାମ ଜିଲ୍ଲା ଅଧ୍ୟକ୍ଷ ଭାବେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ବିଦ୍ୟାଧର ଯାନି।
ଜନଜାତିଙ୍କ ସବୁସମୟର ସାଥି ଶ୍ରୀଯୁକ୍ତ ବିଦ୍ୟାଧର ଯାନି ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ ଘୋଗଡା ଗ୍ରାମ,ରୁଢାପଥର ପଞ୍ଚାୟତ ର। ଶ୍ରୀ ଯାନି ଆଜି ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ସେ ନିଜର ଯୋଗଦାନ ପତ୍ର , ଅତିରିକ୍ତ ଜିଲ୍ଳାପାଳ, ଲିନା କୁମାରୀ ଖେସ୍ ଙ୍କୁ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଳାପାଳ ଯୋଗଦାନ ପତ୍ର ଗ୍ରହଣ କରିବା ପରେ ପରେ, ଶ୍ରୀ ଯାନି, ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଆଡ୍ସିନାଲ୍ ଇ.ଓ ଙ୍କୁ ସାକ୍ଷାତ କରି ତାହାର ନକଲ ପ୍ରଦାନ କରିବା ସହିତ ଓ.ଏ.ଏସ୍ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ସହିତ ସାକ୍ଷାତ୍ କରିଥିଲେ।
ପ୍ରାପ୍ତ ସୁଚନା ମୁତାବକ ଶେଷରେ ଶ୍ରୀଯୁକ୍ତ ଜାନି, ଛତ୍ରପୁର ଠାରେ ଜିଲ୍ଲା ମଗଂଳ ଅଧିକାରୀ ମଧୁସ୍ମିତା ମହାପାତ୍ରଙ୍କୁ ସାକ୍ଷାତ୍ କରି ଭଞ୍ଜନଗର ଫେରିଥିଲେ।
Sign in
Sign in
Recover your password.
A password will be e-mailed to you.