ପୌର ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

0 1

 https://youtu.be/fZCi7_s4n6A

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ସକାଳେ ପୌର ପରିଷଦ କାର୍ଯ୍ୟାଳୟ ଠାରେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧନ କରି କହିଥିଲେ ଯେ , ପରିବେଶ କିଭଳି ସ୍ୱଚ୍ଛ ରଖିବା ଏବଂ ସୁସ୍ଥ ପରିବେଶ ପାଇଁ ସଠିକ୍ ପରିମଳ ବ୍ୟବସ୍ଥା ପରିଚାଳନା ଉପରେ ବିଶେଷ ଗୁରୁତ୍ୱାରୋପ କରି ଏକ ସବୁଜ ସ୍ୱଚ୍ଛ ପାରଳାଖେମୁଣ୍ଡି ସହର ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆହ୍ବାନ କରିଥିଲେ।
ଏହି କ୍ରମରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ବନମାଳୀ ଶତପଥୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତା ଦିଗରେ ସାମୁହିକ ପ୍ରଚେଷ୍ଟା ରହିବା ଉପରେ କହିଥିଲେ।
ପରେ ପୌର ପରିଷଦ କାର୍ଯ୍ୟାଳୟ ପରିସରରୁ ଏକ ସ୍ୱଚ୍ଛତା ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା।
ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକ ନିକଟରେ ପୌର ପରିଷଦ ପକ୍ଷରୁ ଏକ ଭେଣ୍ଡିଂ ଜୋନ କୁ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିଲେ।
ଏହାପରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀଙ୍କ ସଭାପତିତ୍ବରେ ଏବଂ କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ମଧୁସ୍ମିତା ଦାସଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଯୋଗଦେଇ ମୁକ୍ତା ଯୋଜନାରେ ୮୧ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୪ କୋଟି ୪୩ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌର ଉପାଧ୍ୟକ୍ଷ ଶ୍ରୀ ଲେଙ୍କା ମଧୁ , ପୌର ନିର୍ବାହୀ ଅଧିକାରୀ ଶ୍ରୀ ବନମାଳୀ ଶତପଥୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ମୁକ୍ତା ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ସ୍ୱାୟତ୍ତ ଶାସନ ଦିବସ ଅବସରରେ ସନ୍ଧ୍ୟାରେ ବିଜୁ କଲ୍ୟାଣ ମଣ୍ଡପ ଠାରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ରୂପେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ଥିବା ବେଳେ ବ୍ରହ୍ମପୁର ସାଂସଦ ପ୍ରତିନିଧି ଶ୍ରୀ ବସନ୍ତ ଦାଶ , ପାରଳାଖେମୁଣ୍ଡି ବିଧାୟକ ପ୍ରତିନିଧି ଶ୍ରୀ ଆଦର୍ଶ ଦାସ , ପୌର ନିର୍ବାହୀ ଅଧିକାରୀ ଶ୍ରୀ ବନମାଳୀ ଶତପଥି ମଞ୍ଚାସୀନ କରିଥିଲେ।
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତିପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ସଭା କାର୍ଯ୍ୟ ପରେ କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ମଧୁସ୍ମିତା ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସଭା କାର୍ଯ୍ୟ ପରେ ପାରଳାର ଅଗ୍ରଣୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର , ସମଲେଇ ନୃତ୍ୟକଳା ପରିଷଦ , ପଦାମୃତ ନୃତ୍ୟାୟନ , କ୍ରିଏଟିଭ୍ ଆର୍ଟସ୍ , ମିରାକେଲ ଡେନ୍ସ ଷ୍ଟୁଡିଓ ସମେତ ବହୁ ଅନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ସମସ୍ତ କାର୍ଯ୍ୟକ୍ରମ ମାନଙ୍କରେ ପୌର ପରିଷଦର ସମସ୍ତ କାଉନସିଲର , ସ୍ୱଚ୍ଛ ସାଥୀ , ସଫେଇ କର୍ମଚାରୀ ଏବଂ ଅଧିକାରୀ ଓ କର୍ମଚାରୀ ବହୁ ଯୋଗ ଦେଇ ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.