କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁନ୍ତରା ପଞ୍ଚାୟତ ଡ଼ୁମେରମାଳ ରେ ଥିବା ଋଷିକୁଲ ବେଦ ବିଦ୍ୟାଳୟ ସେବାଶ୍ରମ ରେ ଚଳିତ ପ୍ରାରମ୍ଭ ବର୍ଷ ୨୧ ଜଣ ନୂତନ ବିଦ୍ୟାର୍ଥୀଙ୍କୁ ଉପାକର୍ମ, ଉପନୟନ, ବେଦାରମ୍ଭ ସହିତ ଗୋପୁଜନ ସଂସ୍କାର ଇତ୍ୟାଦି କାର୍ଯ୍ୟକ୍ରମ କରି ବିଦ୍ୟାର୍ଥୀଙ୍କୁ ପ୍ରବେଶ କରାଯାଇ ଥିଲା l ଏଥିରେ ଟ୍ରସ୍ଟ ସଭାପତି ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀଜି ଙ୍କର ପୌରହିତ ରେ କାର୍ଯ୍ୟକ୍ରମ ଟି ପରିଚାଳିତ ହୋଇଥିଲା l ଯେଉଁଥିରେ କି ବେଦ ବିଦ୍ୟାଳୟର ବେଦାଚାର୍ଯ୍ୟ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା, ସନ୍ଦୀପ ଶର୍ମା, ନବୀନ ଦୁବେ, ଦେବେନ୍ଦ୍ର ପାଣିଗ୍ରାହୀ, ସଞ୍ଜୟ କୁମାର ପ୍ରଜାପତି ସମୂହ ହୋମ କର୍ମ ପୌରହିତ ହୋଜନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଯଜ୍ଞ ରେ ଟ୍ରସ୍ଟ ଓ ସଦସ୍ୟ ଶ୍ରୀ ପ୍ରଭାକର ପଟେଲ, ସଜନ ଖଣ୍ଡେୱାଲ, ନରେଶଚନ୍ଦ୍ର ପଟେଲ, ପ୍ରଶନ୍ନ ନାଏକ, ଶ୍ରୁତିଧର ପଟେଲ, ରବି ପଟେଲ, ବିଜୟ ପଟେଲ, ପ୍ରତାପ ନାଏକ ପ୍ରମୁଖ ନିମନ୍ତ୍ରିତ ଅଥିତି ଭାବେ ଉପସ୍ଥିତ ରହିଥିଲେ l ୫୦୦ ରୁ ଉର୍ଦ୍ଧ ସଂଖ୍ୟାରେ ଲୋକ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ଶେଷରେ ବିଦ୍ୟାପାଳଙ୍କ ମୁଖରୁ ଭିକ୍ଷାମଦେହି ଶବ୍ଦ ପରିବେଶରେ ପ୍ରକମ୍ପିତ ହୋଇ ଉଠିଥିଲା l ସାମୁହିକ ପ୍ରସାଦ ସେବନ କରି ସମସ୍ତେ ସ୍ଵଗୃହକୁ ପ୍ରତ୍ୟାବର୍ତନ କରିଥିଲେ l ଏଥିରେ ଜିତେନ୍ଦ୍ର ବାଘ, ଜିତୁ, ଭକ୍ତ ଓରାମ, ବଜରଙ୍ଗ ଦଳର ପ୍ରଣୟ ପଟେଲ, ମାନସ ନାଏକ, ବିପିନ ଗଡ଼ନାୟକ, ଦୀପକ ପଟେଲ, ଅରୁଣ ନାଏକ, ସୋନୁ କିସାନ, ରାକେଶ ବରିହା, ପିତାମ୍ବର କିସାନ, ନାରାୟଣ ଭୋଇ ପ୍ରମୁଖ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post