ଯୌତୁକ ଜଲ୍ଲାଦ ଜ୍ୱାଳାରେ ଚାଲିଗଲା ନବବଧୁ ର ଜୀବନ ।

0

କେନ୍ଦ୍ରାପଡା:/ପ୍ରଫୁଲ୍ଲ କୁମାର ମଲ୍ଲ ବିବାହ କୁ ଦୁଇ ମାସ ପୂରିନି । ଯୌତୁକ ଜଲ୍ଲାଦ ଜ୍ୱାଳାରେ ଚାଲିଗଲା ନବ ବଧୂର ଜୀବନ । ଡେରାବିଶ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଛଞ୍ଚିଣା ଗ୍ରାମର ପ୍ରଦୀପ କୁମାର ମଲିକ ଙ୍କୁ ମାହାଙ୍ଗା ବାଗେଶ୍ୱରପୁର ଗ୍ରାମର ପ୍ରସନ ମହାନ୍ତିଙ୍କ ସାନ ଝିଅ ସଂଘମିତ୍ରା ମହାନ୍ତି ଗତମାସ ଜୁଲାଇ ୧୪ ତାରିଖରେ ବିବାହ କରିଥିଲେ । ଆଶାନୁରୂପ ଯୌତୁକ ଦେଇ ନପାରିବାରୁ ଶାଶୁ ଶଶୁର ନଣଦ, ଦିଅର ଓ ସ୍ୱାମୀ ବାରମ୍ବାର ନବ ବଧୂ ସଂଘମିତ୍ରା କୁ ନିର୍ଯାତନା ଦେଇ ଆସୁଥିଲେ । ଆଜି ଦ୍ବିପ୍ରହରରେ ସଂଘମିତ୍ରାର ପେଟ ଖରାପ ଅଛି ବୋଲି କହି ଦିଅର କାଳନ୍ଦୀ ମଳିକ ଝିଅର ବାପାଙ୍କୁ ଖବର ଦେଇଥିଲେ । ଝିଅର ବାପା ପ୍ରସନ ଝିଅର ଶାଶୁ ଘରେ ପହଁଚିଲା ବେଳକୁ ସଂଘମିତ୍ରାଙ୍କ ସଂଜ୍ଞହୀନ ମୃତ ଶରୀର ଖଟ ଉପରେ ପଡି ରହିଥିଲା । ଶାଶୁ ଓ ନଣଦ ବ୍ୟତୀତ ଅନ୍ୟ ସମସ୍ତେ ଫେରାର ଥିଲେ । ଘଟଣା ପରେ ଝିଅର ବାପା ଡେରାବିଶ ଥାନାରେ ସ୍ୱାମୀ ପ୍ରଦୀପ କୁମାର ମଲ୍ଲିକଙ୍କ ସମେତ ଶାଶୁ ଘର ଲୋକଙ୍କ ନାମ ରେ ହତ୍ୟା ଅଭିଯୋଗ ଆଣିଛନ୍ତି. ଅଭିଯୋଗ ଭିତିରେ ଡେରାବିଶ ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀ ପ୍ରଦୀପ ମଳିକଙ୍କୁ ଅଟକ ରଖିଥିବା ଜଣାପଡିଛି ।

Leave A Reply

Your email address will not be published.