ନୃସିଂହନାଥ ମନ୍ଦିର ରୁ ଚୋରି ଘଟଣା:ବରଗଡ଼ ପୋଲିସ କୁ ପ୍ରଥମ ସଫଳତା, ଧରା ପଡିଲା ପ୍ରଥମ ଚୋର

0

ବରଗଡ :- ପବିତ୍ର ନୃସିଂହନାଥ ମନ୍ଦିର ରୁ ଗତ 23 ତାରିଖ ମଧ୍ୟ ରାତ୍ରିରେ ଏକ ବଡ଼ ଧରଣର ଚୋରି ହୋଇଯାଇଥିଲା । 24 ତାରିଖ ସକାଳୁ , ମହାପ୍ରଭୁଙ୍କ ସେବକ ମାନେ ମନ୍ଦିର ଭିତରକୁ ମହାପ୍ରଭୁଙ୍କ ନୀତି ସମ୍ପାଦନ ପାଇଁ ମନ୍ଦିର ଖୋଲିବା ପାଇଁ ଯାଇଥିବା ବେଳେ , ମହାପ୍ରଭୁଙ୍କ ଙ୍କର ସମ୍ମୁଖରେ ରହିଥିବା ହୁଣ୍ଡି ( ଦାନ ବାକ୍ସ ) ସମ୍ପୂର୍ଣ୍ଣ ଭାବରେ ଭଙ୍ଗା ହୋଇଥିବା ଦେଖିବାକୁ ପାଇଁ ତୁରନ୍ତ ମନ୍ଦିର କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଙ୍କୁ ସୂଚନା ପ୍ରଦାନ କରିଥିଲେ । ସୂଚନା ପାଇବା ପରେ ଶ୍ରୀ ପ୍ରଧାନ ପ୍ରଥମେ ମନ୍ଦିର କୁ ପହଂଛି ପରେ ପୋଲିସ କୁ ଘଟଣା ବାବଦରେ ଅବଗତ କରାଇଥିଲେ । ସୂଚନା ପାଇବା ମାତ୍ରେ ପଦ୍ମପୁର ଉପଖଣ୍ଡ ଅରଖୀ ଅଧିକ୍ଷକ ଶ୍ରୀ ବିଭୁତି ଭୂଷଣ ଭୋଇ , ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ ବଢ଼େଇ ଙ୍କର ସମେତ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଆଜି ଥାନା ଅଧିକାରୀ ଶ୍ରୀ ବାଡେଇ ଙ୍କର ସୂତ୍ରରୁ ମିଳିଥିବା ସୂଚନା ମୁତାବକ , ଏହି ଚୋରି ଘଟଣାରେ ସଂପୃକ୍ତ ଜଣେ ଚୋର , ବରଗଡ଼ ନିକଟସ୍ଥ ପଧାନପାଲି ଗ୍ରାମର ସୁଶାନ୍ତ ପ୍ରଧାନ @ କଙ୍କଡା (୪୦) କୁ ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ ତା ପାଖରୁ ପାଞ୍ଚ ହଜାର ଟଙ୍କା ମଧ୍ୟ ଜବତ କରିବାରେ ସଫଳ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ ଲୋକେ କୁହନ୍ତି ଯେ କୋଣସି ପ୍ରକାର ର ଆଲମାରୀ , ଲକର ବା ଟ୍ରେଜେରୀ କୁ କମ ସମୟ ଭିତରେ ଖୋଳିବା ପାଇଁ ଅଭିଯୁକ୍ତ ମହୀର । ପୂର୍ବରୁ ତାର ନାମ ରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବା ବେଳେ ସେ ଜେଲଯାତ୍ରା ମଧ୍ୟ କରି ସାରିଛି ।
ତେବେ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ରୁ ହୋଇଥିବା ଚୋରି ଘଟଣାର ରହିଥିବା ସିସି ଟିଭି ଫୁଟେଜ ରେ ତିନି ଜଣ ମନ୍ଦିର ଭିତରକୁ ପଶିଥିବା ଜଣା ପଡୁଛି । ହଳଦିଆ ଟିସର୍ଟ ପିନ୍ଧି ମୁହଁରେ ଲାଲ ରଙ୍ଗର ଗାମୁଛା ଢାଙ୍କି ରହିଥିବା ବ୍ୟକ୍ତି ଏହି କଙ୍କଡା ବୋଲି ଅନୁମାନ କରାଯାଉଛି । ଏହି ଚୋରି ଘଟଣା ରେ ସମ୍ପୃକ୍ତ ରହିଥିବା ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ଧରାଜୀବ ବୋଲି ଥାନା ଅଧିକାରୀ ସୂଚନା ପ୍ରଦାନ କରିଥିବା ବେଳେ ଏହି ପୁରା ଚୋର ଦଳ ଗିରଫ ହେବା ପରେ ବରଗଡ଼ ଜିଲ୍ଲାର ଅନ୍ୟ ମନ୍ଦିର ମାନଙ୍କରୁ ହୋଇଥିବା ଚୋରି ଘଟଣାର ପର୍ଦାଫାସ ହୋଇ ପାରିବ ବୋଲି ମତ ପ୍ରକାଶ ପାଉଛି ।।

Leave A Reply

Your email address will not be published.