ସାଇଟ ନର୍ସିଂଦ୍ୱାରା ବିଦ୍ୟାଳୟ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ

0 1

ବଲାଙ୍ଗିର: ବଲାଙ୍ଗିର ବ୍ଲକ ଅର୍ନ୍ତଗତ ମିର୍ଦ୍ଧାପାଲି ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ , ମିର୍ଦ୍ଧାପାଲି ଠାରେ ରାମଜୀ ଯୁବକ ସଂଘ, ସଦାଇପାଲି ସହାୟତା ରେ ଏବଂ ସାଇଟ ନର୍ସିଂ ମହାବିଦ୍ୟାଳୟ, ସଦାଇପାଲି ଆନୁକୂଲ୍ୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଥମ ରୁ ଚତୁର୍ଥ ଶ୍ରେଣୀ ପିଲାଙ୍କର ସ୍ୱାସ୍ଥ୍ୟ ସମୀକ୍ଷା, ପ୍ରଥମ ରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ନିଜ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ପଞ୍ଚମରୁ ଦଶମ ଶ୍ରେଣୀ ଛାତ୍ରୀ ମାନଙ୍କ ପାଇଁ ମାସିକ ଋତୁ ସମନ୍ଧୀୟ ସ୍ୱାସ୍ଥ୍ୟ ଶିକ୍ଷା ଉପରେ ଆଲୋକପାତ କରାଯାଇଥିଲା । କାର୍ଯ୍ୟକ୍ରମ ଅବସର ରେ ନିଜ ସ୍ୱାସ୍ଥ୍ୟର ସୁରକ୍ଷା କିପରି କରିବା ବିଷୟ କୁ ନେଇ ଏକ ପଥପ୍ରାନ୍ତ ନାଟକ ଏବଂ ଏକ ନୃତ୍ୟ ଆୟୋଜିତ କରାଯାଇଥିଲା । ଏତତ୍ ବ୍ୟତିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସମନ୍ଦୀୟ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଗୁଡିକରେ ଭାଗ ନେଇ ସାଇଟ ନର୍ସିଂ ବିଦ୍ୟାଳୟରେ ଛାତ୍ରୀ ମାନେ ମିର୍ଦ୍ଧାପାଲି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟ ଉପରେ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ରାମଜୀ ଯୁବକ ସଂଘ ର ସଭାପତି ଡ. ପ୍ରମୋଦ କୁମାର ମିଶ୍ର ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ମିର୍ଦ୍ଧାପାଲି ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଜୋସ୍ନାରାଣୀ ମହନ୍ତ, ସାଇଟ ନର୍ସିଂ ର ଅଧ୍ୟକ୍ଷା ଶ୍ରୀମତୀ ଲୋପାମୁଦ୍ରା ମିଶ୍ର ତଥା ଅଧ୍ୟାପିକା ମଞୁଲତା ସାହୁ, ସଂଧ୍ୟାରାଣୀ ବିଶ୍ୱାଲ, କମରୁନ ନିଶ, ଅଶୋକ ପଧାନ, ଜୟଲକ୍ଷ୍ମୀ ନାଏକ ଓ ନର୍ସିଂ କଲେଜ ର ବୁଲୁ ମିଶ୍ର, ଭଗବତିଆ ଅଦାବରିଆ ଏବଂ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ନର୍ସିଂ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଇଂ. ସନ୍ତୋଷ କୁମାର ବ୍ରହ୍ମା ।

Leave A Reply

Your email address will not be published.