ନବରଙ୍ଗପୁର ଜିଲ୍ଲାର ପେନଚାକ ସିଲାଟ ମହିଳା ଖେଳାଳିମାନ ଖେଲ ଇଣ୍ଡିଆ ଊମେନସ ଲିଗରେ ‘୬ ଟି ସ୍ବର୍ଣ୍ଣ ପଦକ୮ଟି ରୌପ୍ୟ ପଦକ ଓ ୬ ଟି କାଂସ୍ୟ ପଦକ ହାସଲ

0

ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ନବରଙ୍ଗପୁର ପେନଚାକ ସିଲାଟ ଏସୋସିଏସନ ଦ୍ବାରା ଭିନ୍ନ ଭିନ୍ନ ଅନୁଷ୍ଠାନସ୍କୁଲକଲେଜ ହଷ୍ଟେଲ ୟୁନୀଭରସିଟି ମାନଙ୍କର ଠାରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିକ୍ଷା ଦିଆଯାଉଥିଲା ବର୍ତ୍ତମାନ “ଖେଲ ଇଣ୍ଡିଆ ଊମେନସ ଲିଗରେ ୨୦୨୩ ଭାରତୀୟ ସ୍ପୋର୍ଟସ ଅଥୋରିଟି ୨୦୨୩ ଦ୍ଵାରା ଝାରସୁଗୁଡ଼ା ର ଓ.ଏସ .ଏ.ପି ସେକେଣ୍ଡ ବାଟାଲିୟନ ଠାରେ ପ୍ରୋତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ପ୍ରାୟ ୧୫ଟି ଭିନ୍ନ ଭିନ୍ନ ଜିଲ୍ଲା ରୁ ୨୦୦ରୁ ଉର୍ଦ୍ଧ୍ବ ଖେଳାଳି ଭାଗ ନେଇଥିଲେ। ଅସ୍ମିତା ଖେଲ ଇଣ୍ଡିଆ ର ଲକ୍ଷ ଖେଳ ରୁ ନାରୀ ନିଜର ପରିଚୟ ସୃଷ୍ଟି କରିବା। ସେଥି ମଧ୍ୟରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ହଷ୍ଟେଲ ରୁ ଖେଳାଳି ମାନେ ଏହି ପ୍ରୋତିଯୋଗିତାରେ ଅଂଶ ଗ୍ରହଣ କରି ପଦକ ହାସଲ କରିଛନ୍ତି । ଏହି ମାନଙ୍କୁ ଖେଳିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପାରିଶ ହୋଇଥିଲା । ସେମାନଙ୍କ ମଧ୍ୟରୁ ବାସନ୍ତୀ ୩ ଟି ସ୍ୱର୍ଣ୍ଣ ପଦକ, ଚମ୍ପା, ଅର୍ଚ୍ଚନା, କାଞ୍ଚନ, ବାସୁଦେବୀ, ମନାଲିସା, ଆଦ୍ୟାଶା, ଶୁଭଶ୍ରୀ ଓ ପିଙ୍କି ରୌପ୍ୟ ପଦକ, ମେନକା, ଚମ୍ପା, ସନ୍ଧ୍ୟା, ଡିମ୍ପଲ କାଂସ୍ୟ ପଦକ ପାଇ ନବରଙ୍ଗପୁର ଜିଲ୍ଲା ପାଇଁ ଗୋୖରବ ଆଣିଛନ୍ତି। ଝାରସୁଗୁଡ଼ା ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟିକା ଶୁଶ୍ରୀ ଦିପାଳୀ ଦାସ, ସମ୍ମାନିତ ଅତିଥି ଭାବେ ଓ. ଏସ୍. ଏ. ପି. -୨ ବାଟାଲିୟନ କମାଣ୍ଡାଣ୍ଟ ଆଶିଷ କୁମାର ଦୁବେ, ଡେପୁଟି କମାଣ୍ଡାଣ୍ଟ ଭବାନୀ ସେଠ୍, ଡେପୁଟି କମାଣ୍ଡାଣ୍ଟ ଶିବ ନାରାୟଣ ନାୟକ, କାର୍ଯ୍ୟକ୍ରମ ପ୍ରବନ୍ଧକ ଅଧ୍ୟକ୍ଷ ତାପସ କୁମାର ରାୟ ଚୌଧୁରୀ, ସଂଗଠନ ସମ୍ପାଦକ ଗୁରୁ ପି.ଏସ୍. ଥାପା ଓ ନବରଙ୍ଗପୁର ର ପ୍ରଶିକ୍ଷକ ହରିଶ୍ ବେହେରା ଯୋଗ ଦେଇଥିଲେ।

Leave A Reply

Your email address will not be published.