ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl ଗ୍ରାମ ଧାନ ମଣ୍ଡି ଠାରେ ବିଜୁ ଜନତା ଦଳ ର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଜଗଦଳପୁର, ଭୈଶାଦରହା, କୁମୀର, ଚଣ୍ଡୀଭଟା ପଂଚାୟତ ର ବିଭିନ୍ନ ଗ୍ରାମ ରୁ ବିଜେଡି କର୍ମୀ ମାନେ ଯୋଗ ଦେଇଥିଲେ l ବିଜେଡି ବ୍ଲକ ସଭାପତି ଜତିନ ହାତୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦାନ କରି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ମଧ୍ୟ୍ୟରେ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କ ରେ କହିଥିଲେ |
ସମ୍ମାନିତ ଅତିଥି ଭାବେ ରାଜ୍ୟ ସମ୍ପାଦକ ରାଜୁ ଘିବେଲା ଯୋଗଦାନ କରି ଆମ ଦଳ ର କର୍ମୀ ଏକତ୍ରିତ ହୋଇ ସଂଗଠନ କୁ ଆହୁରି ମଜବୁତ କରିବା ପାଇଁ ଯାହା ଆବଶ୍ୟକ ଅଛି ପୁରଣ କରି ଆଗାମୀ ଦିନରେ ବିଜେଡି ସପକ୍ଷ ରେ ଭୋଟ ଦେଇ ବିଜୟୀ କରାଇବା ପାଇଁ ଆହ୍ୱାନ ଦେଇଥିଲେ l ବରଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବରଗଡ଼ ସାଂସଦ ପ୍ରଭାସ ସିଂ ବିଭିନ୍ନ ଯୋଜନା ସମ୍ପର୍କ ରେ କହିଥିଲେ l ପୂର୍ବତନ ସରପଂଚ ଭିକାରି ସାହୁ, ଯେହେରୁ ସିଂ ବରିହା, ବଳରାମ ଖମାରୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜୟ ପଧାନ, ହୃଷିକେଶ ବରିହା, ନନ୍ଦଲାଲ ମହାପାତ୍ର, ଶୁକୃ ବାଗ ଏବଂ ସମସ୍ତ ପଞ୍ଚାୟତ ସରପଞ୍ଚ ସମିତି ସଭ୍ୟ ଓ ଶତାଧିକ ବିଜୁ ଜନତା ଦଳ ର କର୍ମୀ ଯୋଗଦାନ କରିଥିଲେ l
Sign in
Sign in
Recover your password.
A password will be e-mailed to you.