ଜିଲ୍ଲାସ୍ତରୀୟ ଏକ ଦିବସୀୟ ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିର

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦିନିକିଆ ତାଲିମ କାର୍ଯ୍ୟକ୍ରମରେ ମୁଖ୍ଯଅତିଥି ରୂପେ ଜିଲ୍ଲା ପରିଷଦର ସଭାପତି ଗାବରା ତିରୁପତି ରାଓ ଯୋଗଦାନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ଯରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ସଂଯୋଜକ ପ୍ରଦୋଷ କୁମାର ଶତପଥୀ ସମ୍ବଳ ବ୍ଯକ୍ତି ଭାବେ ଯୋଗଦାନ କରିଥିଲେ।
ବିଦ୍ୟାଳୟର ସୁରକ୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ବିଦ୍ୟାଳୟର ସାମୂହିକ ସୁରକ୍ଷା ତଥା ମାନସିକ , ଶାରିରୀକ , ମୂଲ୍ଯବୋଧତା , ସାମାଜିକ ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଆଗୁଆ ପ୍ରସ୍ତୁତି ଓ ପ୍ରାକୃତିକ ବିପର୍ଯ୍ୟୟ ସ୍ଥାନରେ ପରିଚାଳନା ଉପରେ ଆଲୋଚନା କରାଯାଇଥିଲା। ଗଜପତି ଜିଲ୍ଲାର ଚାରିଗୋଟି ବିଦ୍ୟାଳୟକୁ ବଛାଯାଇଥିଲା। ସେଗୁଡିକ ହେଲା ପାରଳାଖେମୁଣ୍ଡିର ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ , ରାୟଗଡର ସରକାରୀ ଉଚ୍ଚ ଵିଦ୍ୟାଳୟ , ଗୁମ୍ମାର ଓଡିଶା ଆଦର୍ଶ ବିଦ୍ୟାଳୟ , ଅନ୍ତରବାର ସରକାରୀ ଉଚ୍ଚ ବିଦ୍ୟାଳୟ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ , ସମସ୍ତ ବ୍ଲକର ଶିକ୍ଷା ଅଧିକାରୀ ଓ ସହକାରୀ ଶିକ୍ଷା ଅଧିକାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ ଯୋଗଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ କ୍ରୀଡ଼ା ନିରୀକ୍ଷକ ସୁରେନ୍ଦ୍ର ପାତ୍ର ପରିଚାଳନା କରିଥିଲେ।

Leave A Reply

Your email address will not be published.