ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ଧାରଣା ଜାରି

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ  ପକ୍ଷରୁ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୮ ତାରିଖ ଠାରୁ ୨ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। ଆନ୍ଦୋଳନ ଯୋଗୁଁ ସରକାରୀ କାର୍ଯ୍ୟ ସବୁ ବ୍ୟାହତ ହୋଇଛି। ଯଥା ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା , ଗ୍ରାମୀଣ ଗୃହ ନିର୍ମାଣ ଯୋଜନା , ପଞ୍ଚଦଶ କେନ୍ଦ୍ରୀୟ ଅନୁଦାନ , ରାଜ୍ୟ ପଞ୍ଚମ ଅର୍ଥ କମିଶନ ଅନୁଦାନ ଯୋଜନା , ହରିଶ୍ଚନ୍ଦ୍ର ସହାୟତା ଯୋଜନା , ସାଧାରଣ ବଣ୍ଟନ ବ୍ୟବସ୍ଥା ଇତ୍ୟାଦି ପଞ୍ଚାୟତ କାର୍ଯ୍ୟାଳୟ ଦ୍ଵାରା ସମ୍ପାଦିତ ହେଉଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ବ୍ୟାହତ ହୋଇଛି।
ଜନସାଧାରଣ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିରେ ନିରାଶ ହୋଇ ଫେରୁଛନ୍ତି। ସରକାର ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କର ସପକ୍ଷରେ ତୁରନ୍ତ ପଦକ୍ଷେପ ନେଲେ ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକ ଶୀଘ୍ର ସମ୍ପୂର୍ଣ୍ଣ ହୋଇପାରିବ ବୋଲି ଜନସାଧାରଣ ଦାବି ଜଣାଇଛନ୍ତି।

Leave A Reply

Your email address will not be published.