ସମୂହ ଛୁଟିରେ ଯିବେ ଉଦ୍ୟାନ କୃଷି ବିଭାଗୀୟ ଅଧିକାରୀ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ଉଦ୍ୟାନ କୃଷି ବିଭାଗରେ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରାଯାଉଥିବାରୁ ଉଦ୍ୟାନ କୃଷି ଅଧିକାରୀଙ୍କ ଦାୟିତ୍ୱ ବଢି ଚାଲିଛି ହେଲେ ଦୀର୍ଘ ବର୍ଷ ଧରି ଉଦ୍ୟାନ କୃଷି ବିଭାଗ ଅଧିକାରୀଙ୍କ କେଡର ପୁନଃ ବିନ୍ୟାସ ହୋଇ ପାରୁନାହିଁ ଯଦି ୩୦ ତାରିଖ ସୁଦ୍ଧା ସରକାର କେଡର ପୁନଃ ବିନ୍ୟାସ ନ କରନ୍ତି ତେବେ ୩୧ ତାରିଖରୁ ସମୂହ ଛୁଟିରେ ଯିବା ପାଇଁ ରାଜ୍ୟ ସଙ୍ଘ ସରକାରଙ୍କୁ ଚେତାବନୀ ଦେଇଛନ୍ତି।
ଏ ନେଇ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ସଙ୍ଘ ଗଜପତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ଉଦ୍ୟାନ କୃଷି ବିଭାଗର ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶଶାଙ୍କ ଶେଖର ସାହୁ ଜିଲ୍ଲା ସଂଯୋଜକ ଦିଲ୍ଲୀପ ଡିଙ୍ଗଲ ଓ ବିଭିନ୍ନ ବ୍ଳକର ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.