ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ରାଜ୍ୟ ମୃତ୍ତିକା ସଂରକ୍ଷଣ ଅଧିକାରୀ ସଙ୍ଘ ଗଜପତି ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଗଜପତି ଜିଲ୍ଲାରେ କାର୍ଯ୍ୟରତ ମୃତ୍ତିକା ସଂରକ୍ଷଣ ସେବା ସଂଘର ସଦସ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ସୁରେଶ କୁମାର ପଟ୍ଟନାୟକ , ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ସତ୍ୟେନ୍ଦ୍ର ରାଇକା , ଶରତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଛନ୍ତି।
ଦୀର୍ଘ ୧୫ ବର୍ଷ ଧରି ବିଭାଗୀୟ ଅଧିକାରୀ ମାନଙ୍କୁ ପଦୋନ୍ନତି ମିଳି ପାରୁନାହିଁ। କେଡର ପୁନଃ ବିନ୍ୟାସ ହୋଇପାରୁ ନଥିବାରୁ ଅଧିକାରୀମାନଙ୍କର ମନବଳ ଭାଙ୍ଗି ଯାଉଛି। ରାଜ୍ୟ ସରକାର ତୁରନ୍ତ କେଡରର ପୁନଃ ବିନ୍ୟାସ କରିବାକୁ ସେମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅଗଷ୍ଟ ୩୦ ତାରିଖ ସୁଦ୍ଧା କେଡର ର ପୁନଃ ବିନ୍ୟାସ ନ ହୁଏ ୩୧ ଅଗଷ୍ଟ ରୁ ସରକାରୀ କାର୍ଯ୍ୟକ୍ରମକୁ ଅସହଯୋଗ କରାଯିବ ବୋଲି ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.
Prev Post