ନୂତନ ରୂପରେଖ ପାଇବ ନୟାଗଡ଼ ପୌରାଞ୍ଚଳ:ଅରୁଣ

0 2

ନୟାଗଡ଼ (ଲକ୍ଷ୍ମୀଧର ସାହୁ): ନୟାଗଡ଼ ସହରର ସମସ୍ତ ୱାର୍ଡର ରୂପାନ୍ତରଣ ହେବ। ଗତ ସପ୍ତାହରେ ନୟାଗଡ଼ ସହରରେ ବିକାଶର ଯାତ୍ରା ଚାଲିଛି। ୫-ଟି ମାଧ୍ୟମରେ ଅନେକ ପ୍ରକଳ୍ପ ଅନୁମୋଦନ ହୋଇଛି । ପ୍ରତ୍ୟେକ ୱାର୍ଡକୁ ଲକ୍ଷାଧ୍ୟକ ଟଙ୍କା ମିଳିଥିବାବେଳେ ଟଙ୍କାର କିପରି ସୁବିନିଯୋଗ ହେବ ନୟାଗଡ ବିଧାୟକ ଡ.ଅରୁଣ କୁମାର ସାହୁ ସମସ୍ତ ୱାର୍ଡ ବୁଲି ଏହାର ସମୀକ୍ଷା କରିଛନ୍ତି। ଶୁକ୍ରବାର ୱାର୍ଡ ନଂ-୭ ରୁ ସମୀକ୍ଷା ଆରମ୍ଭ ହୋଇଥିଲା। ବହୁ ସଂଖ୍ୟାରେ ମହିଳାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସହରର ପୁରୁଖା ଲୋକମାନେ ଏଥିରେ ସାମିଲ ହୋଇଥିଲେ । ବିଭିନ୍ନ ୱାର୍ଡରେ କାଉନସିଲରମାନେ ଉପସ୍ଥିତ ରହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ ।
ଏହା ପରେ ୮ନଂ ୱାର୍ଡରେ ସମୀକ୍ଷା କରାଯାଇଥିଲା। ସେହିପରି ଭାବେ ୯ ନଂ ଓ ୧୦ନଂ ୱାର୍ଡର ମଧ୍ୟ ସମୀକ୍ଷା କରିଛନ୍ତି ଡ. ସାହୁ। ୱାର୍ଡ ମାନଙ୍କୁ ଦିଆଯାଇଥିବା ଅର୍ଥ ରାଶି କିପରି ସଦ୍‌ବିନିଯୋଗ ହେବ ସେଥି ପ୍ରତି ଧ୍ୟାନ ଦେବା ପାଇଁ ଡ. ସାହୁ ପରାମର୍ଶ ଦେଇଛନ୍ତି। ୪ ନଂ ୱାର୍ଡର ସମୀକ୍ଷା କାର୍ଯ୍ୟ ଚାଲୁରହିଛି। ଏହା ପରେ ୫ନଂ ୱାର୍ଡର ସମୀକ୍ଷା କରାଯିବ । ଗତ ଗୁରୁବାର ୧୩ ନଂ ୱାର୍ଡ, ୧୬ ନଂ ୱାର୍ଡ, ୧ ନଂ ୱାର୍ଡ ଓ ୩ନଂ ୱାର୍ଡର ସମୀକ୍ଷା କରାଯାଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ୱାର୍ଡର ମଧ୍ୟ ସମୀକ୍ଷା କରାଯିବ। ଯେଉଁ ପରିମାଣରେ ଅନୁଦାନ ପ୍ରଦାନ ସବୁ କରାଯାଇଛି ଏହା ଦ୍ଵାରା ପ୍ରତ୍ୟେକ ୱାର୍ଡର ଚିତ୍ର ବଦଳିବ। ଏହି ସମୀକ୍ଷା କାର୍ଯ୍ୟକ୍ରମରେ ନୟାଗଡ଼ ପୌରାଧ୍ୟକ୍ଷ ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଓ ସମସ୍ତ ୱାର୍ଡର କାଉନସିଲର ଉପସ୍ଥିତ ଥିଲେ। ମିଳିଥିବା ସୂଚନାନୁଯାୟୀ ନୟାଗଡ଼ ପୌରପରିଷଦର ବିଭିନ୍ନ ସ୍ଥାନରେ କଲ୍ୟାଣ ମଣ୍ଡପ ପାଇଁ ୧୨ କୋଟି ଟଙ୍କା,ମୁକ୍ତା ଯୋଜନା ପାଇଁ ୬ କୋଟି ଟଙ୍କା ମିଳିଛି। ମୁଖ୍ୟମନ୍ତ୍ରୀ କର୍ମତତ୍ପରଯୋଜନାରେ ମଧ୍ୟ ବ୍ୟୟବରାଦ ହୋଇଛି। ୫-ଟି ରୂପାନ୍ତରଣ ଯୋଜନା ପାଇଁ ୯୬ ଲକ୍ଷ ଟଙ୍କା ଏବଂ ବିଧାୟକ ଓ ସାଂସଦ ପାଣ୍ଠିରୁ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୧.୫ କୋଟି ଟଙ୍କା ଅନୁଦାନ ମିଳିଛି। ସେହିପରି ଭାବେ ନଗରଉନ୍ନୟନ ବିଭାଗ ପକ୍ଷରୁ ୨.୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

Leave A Reply

Your email address will not be published.