“ଆପଣଙ୍କ କାନ୍ଧରେ ବନ୍ଧୁକ ରଖି ବିଜେପି ଭୋଟ ଲଢ଼ିବ “

0 2

https://youtu.be/kXVtyWCbNpA

ହିଞ୍ଜିଳି ବିଜେପି ପକ୍ଷରୁ ଭୋଟର୍ ସଚେତନ ମହାଅଭିଯାନ କାର୍ଯ୍ୟକ୍ରମ

ହିଞ୍ଜିଳକାଟୁ/ରଜତ ପଟ୍ଟନାୟକ. ଆଜି ହିଞ୍ଜିଳି ବିଜେପି ପାର୍ଟି ତରଫରୁ ଭୋଟର ସଚେତନ ମହାଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି l ହିଞ୍ଜିଳି ବିଜେପି ନଗର ସଭାପତି ସନ୍ତୋଷ ପାଣଗ୍ରାହୀଙ୍କ ନେତୃତ୍ଵ ରେ ଏବଂ ରାଜ୍ୟ କାର୍ଯୟକାରିଣୀ ସଦସ୍ୟ ଶିଶିର ମିଶ୍ର ଙ୍କ ତତତ୍ଵାବଧାନରେ ଏକ ସଭା ଆୟୋଜନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସ୍କା ଲୋକସଭା ନେତ୍ରୀ ଅନିତା ଶୁଭଦର୍ଶନି ଯୋଗଦେଇଥିବା ବେଳେ ରାଜ୍ୟ ସ୍ୱଚ୍ଛ ଭାରତ ସଂଯୋଜକ ମହେଶ ମହାନ୍ତି, ଗଞ୍ଜାମ ଘୁମୁସର ଜିଲ୍ଲା ଉପସଭାପତି ମାଧବ ଗୌଡ, ହିଞ୍ଜିଳି ବିଧାନସଭା ବିସ୍ତାରକ ପଙ୍କଜ ଦାସ, ହିଞ୍ଜିଳି ନଗର ଉପସଭାପତି କଳାଚାନ୍ଦ ପଟ୍ଟନାୟକ, ଉପସଭାପତି E.ଅନ୍ତର୍ଯ୍ୟାମୀ ପାତ୍ର, ଯୁବ ସଭାପତି ନିତିଶ ପଣ୍ଡା, ସମସ୍ତ ମଣ୍ଡଳ ସଭାପତି ଯୋଗ ଦେବା ସହ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଥିଲେ। ଅନିତା ଶୁଭଦର୍ଶୀନୀ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ ୧୮ବର୍ଷ ରୁ ୨୨ବର୍ଷ ର ନୂତନ ଭୋଟର୍ ମାନଙ୍କୁ ଚିହ୍ନଟ କରିବା ସହ ସଚେତନତା କାର୍ଯ୍ୟକ୍ରମ କୁ ତ୍ୱରାନିତ କରିବା ପାଇଁ କର୍ମୀ ମାନେ ସଚେତନ ହୁଅନ୍ତୁ l ହିଞ୍ଜିଳିକାଟୁ ପୌର ପରିଷଦର ରାଜା ସାହି କୁମୁଟି ବସା ଠାରେ ଏହି ସଭା ଆୟୋଜନ ହୋଇଥଲା l ସଭା ପରିଚାଳନା ସନ୍ତୋଷ ପାଣଗ୍ରାହୀ କରିବା ସହ କଳାଚାନ୍ଦ ପଟ୍ଟନାକ ଧନ୍ୟବାଦ ଅର୍ପଣ କରିଥିଲେ।

 

Leave A Reply

Your email address will not be published.