କେନ୍ଦ୍ରାପଡା:/ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ସହର ଅନ୍ତର୍ଗତ ଚକଡାବାରଙ୍ଗ ଠାରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ପ୍ରଧାନମନ୍ତ୍ରୀଙ୍କର ଆହ୍ବାନ ରେ ଅନୁପ୍ରାଣିତ ହୋଇ କେନ୍ଦ୍ରାପଡା ର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ନେହେରୁ ଯୁବକେନ୍ଦ୍ର ର ମିଳିତ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଥମେ ବାରଙ୍ଗ ମଶାଣି ପଡିଆ ରେ ସାମୁହିକ ବୃକ୍ଷରୋପଣ କରା ଯାଇଥିଲା । ନେହେରୁ ସେବା କେନ୍ଦ୍ର ର ଯୁବ ଅଧିକାରୀ ଗୋଲି ତିରୁପତି ରେଡ୍ଡୀ ସହ ଟ୍ରଷ୍ଟ ର ସଦସ୍ୟ ମାନେ ଅବସରପ୍ରାପ୍ତ ସୈନିକ ସ୍ଥାନୀୟ କୃଷକ ମାନଙ୍କ ସହ ମିଶି ବିଭିନ୍ନ ପ୍ରକାର ପରିବେଶ ଉପଯୋଗୀ ଫଳ ପୁଷ୍ପ ଚାରା ଔଷଧିୟ ବୃକ୍ଷ ରୋପଣ କରିଥିଲେ। ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କ ପୌରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀ ରେଡ୍ଡୀ ଙ୍କ ସହ ଅବସପ୍ରାପ୍ତ ସୈନିକ ସୁବେଦାର ମେଜର ବ୍ରଜ କିଶୋର ସାହୁ, ସୁବେଦାର ମେଜର ଭାରତ ଚନ୍ଦ୍ର ଜେନା, ସୁବେଦାର ନିରଞ୍ଜନ ଦାସ ,ହାବିଲଦାର ସନ୍ତୋଷ କୁମାର ବେହେରା ଙ୍କୁ ଟ୍ରଷ୍ଟ ପକ୍ଷରୁ ସଦସ୍ୟ ମାନେ ପୁଷ୍ପଗୁଚ୍ଛ ଉତ୍ତରୀୟ ବୃକ୍ଷଚାରା ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ଅବସରରେ ଏହି ସ୍ଥାନ ରୁ ସଂଗୃହିତ ପବିତ୍ର ମାଟି କୁ ଅମୃତ କଳସ ରେ ଭରା ଯାଇଥିଲା ଏହି ପବିତ୍ର ମାଟି ପୂର୍ଣ୍ଣ ଅମୃତକଳସ କୁ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି ନେହେରୁ ଯୁବ କେନ୍ଦ୍ର ର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ରେଡ୍ଡୀ ଙ୍କୁ ଦେଶ ଉଦେଶ୍ୟ ରେ ପ୍ରଦାନ କରିଥିଲେ। ଏହା ସହିତ ଆମ ଦେଶ କୁ ଏକ ବିକଶିତ ଦେଶରେ ପରିବର୍ତ୍ତିତ କରିବା,ପରାଧୀନ ମାନସିକତା ବର୍ଜନ କରିବା,ରାଷ୍ଟ୍ର ର ସମୃଦ୍ଧ ଇତିହାସ କୁ ନେଇ ଗର୍ବ କରିବା।ଏକତା ଏବଂ ଏକଜୁଟ ପାଇଁ କର୍ତ୍ତବ୍ୟ କରିବା,ନାଗରିକ ରୂପ ରେ କର୍ତ୍ତବ୍ୟ ସମ୍ପାଦନା କରିବା,ଦେଶ ସୁରକ୍ଷା ରେ ନିୟୋଜିତ ବ୍ୟକ୍ତି ଙ୍କୁ ସମ୍ମାନ ଦେବା ତଥା 2047 ମସିହା ସୁଦ୍ଧା ଆମ ଦେଶ କୁ ବିକଶିତ ଦେଶ କରିବାର ସ୍ଵପ୍ନ କୁ ସାକାର କରିବା ପାଇଁ ସାମୁହିକ ଶପଥପାଠ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯକ୍ରମ କୁ ଟ୍ରଷ୍ଟ ର ସଭାପତି ଶ୍ରୀ ଦମନ କୁମାର ମହାନ୍ତି ଙ୍କ ସମେତ ସଦସ୍ୟ ଶ୍ରୀ କେଦାର ସ୍ବାଇଁ,ରଶ୍ମି ରଂଜନ ବାରିକ, ସୂର୍ଯ୍ୟକାନ୍ତ ପରିଡ଼ା,ତପନ କୁମାର ନାଥ, ବରଦାକାନ୍ତ ବରାଳ,ଭାରତ ଜେନା,ସରୋଜ ମହାନ୍ତି,ମୂରଲୀଧର ପ୍ରଧାନ,ମନୋଜ ରାଉତ ,ବିନୋଦ କୁମାର ପଣ୍ଡା, ବିକାଶ ସ୍ବାଇଁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.