ପାଣିମୋରା ରେ ରକ୍ତଦାନ ଶିବିର :୩୩ ୟୁନିଟ୍ ରକ୍ତ ସଂଗୃହୀତ

0 2

ସୋହେଲା :- ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋହେଲା ବ୍ଲକ ସଂଗ୍ରାମୀ ମାଟି ପାଣିମୋରା ଠାରେ ଓଡ଼ିଶା ମୋ ପରିବାର (ଜୀବନ ବିନ୍ଦୁ) ଆନୁକୂଲ୍ୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପରେ ଏକ ସ୍ୱେଚ୍ଛାସେବୀ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ବିଜେଡ଼ି ଯୁବନେତା ଶ୍ରୀ ସୁବ୍ରତ ସିଂହ ଏବଂ ସମ୍ମାନିତ ଅତିଥି ଭାବେ ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌର ହରି ମିଶ୍ର ଯୋଗଦେଇ ଉଦଘାଟନ କରିଥିଲେ lବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଶିବିରକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁବ୍ରତ କୁମାର ବେହେରା ଙ୍କ ଦ୍ଵାରା ସଞ୍ଚାଲନ କାର୍ଯ୍ୟକ୍ରମ ରେ ଶ୍ରୀ କୁଳମଣି ଦୁଆଁନ, ସରପଂଚ ଜୟ ମିତ୍ର ପ୍ରଧାନ, ସମିତି ଶ୍ରୀମତୀ ରେଣୁକା ପରଦିଆ, ରାଜୁ ସାହୁ, ଶ୍ରୀ ଶତ୍ରୁଘ୍ନ ପ୍ରଧାନ, ମହେନ୍ଦ୍ର ସରାଫ, ରଞ୍ଜନ ସାହୁ, ଅକ୍ଷୟ ସାହୁ, ଗୁନବନ୍ତ ପରିଡ଼ା, ରିଙ୍କୁ ପ୍ରଧାନ, ଦେବେବେନ୍ଦ୍ର ସରାଫ, ଦଶରଥ ମହାପାତ୍ର, ମଣ୍ଟୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶିବିର କୁ ସଫଳତା ପୂର୍ବକ ସମାପ୍ତ କରିଥିଲେ। ଏହି ଶିବିର ସଂଗୃହୀତ ୩୩ ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର କୁ ପ୍ରଦାନ କରାଯାଇଥିଲା l

Leave A Reply

Your email address will not be published.