ସିମୁଳିଆ, ବାଲେଶ୍ଵର ୨୪/୦୮ _(ଅକ୍ଷୟ କୁମାର ଜେନା)ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନାରେ ନୂତନ ଥାନା ଅଧିକାରୀଣୀ ଭାବେ ଶ୍ରୀମତୀ ସ୍ଵର୍ଣ୍ଣଲତା ମିଞ୍ଜ ଗତକାଲି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସୂଚନା ରୁ ପ୍ରକାଶ ସିମୁଳିଆ ଥାନା ଟି ୧୬ ନମ୍ୱର୍ ଜାତୀୟ ରାଜପଥ ପାର୍ଶ୍ବରେ ଥିବାରୁ ଏହି ଅଞ୍ଚଳ ଦେଇ ପ୍ରତିଦିନ ବେଆଇନ ଗୋରୁ ଗାଡ଼ି ,ଚୋରା କୋଇଲା ଗାଡ଼ି ଯାଉଥିବା ବେଳେ ରାସ୍ତାରେ ଚୋରି ଡକାୟତି ଛିନନ୍ତାଇ ହତ୍ୟା ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ଏ ଭଳି ସମୟରେ ସିମୁଳିଆ ଥାନା ଅଧିକାରୀଣୀ ଭାବେ ଶ୍ରୀମତୀ ମିଞ୍ ସିମୁଳିଆ ଥାନା ରେ ଯୋଗ ଦେଇଛନ୍ତି । ପୂର୍ବରୁ ସିମୁଳିଆ ଥାନାରେ ଅଜୟ କୁମାର ମୁର୍ମୁ ଦାଇତ୍ୱ ତୁଲାଉ ଥିବା ବେଳେ ତାଙ୍କୁ ଭଦ୍ରକ ଜିଲ୍ଲା କୁ ବଦଳି କରା ଯାଇଛି ଓ ତାଙ୍କ ସ୍ଥାନରେ ଶ୍ରୀମତୀ ମିଞ୍ଜ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀମତୀ ମିଞ୍ଜ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନାରେ ଥାନା ଅଧିକାରୀଣୀ ଭାବେ ଦାୟିତ୍ୱରେ ଥିଲେ । UNAITED PRESS CLUB ,Simulua ତରଫରୁ କ୍ଲବ୍ ର ସମସ୍ତ ସଭ୍ୟ ମାନେ ଶ୍ରୀମତୀ ମିଞ୍ଜ ଙ୍କୁ ତାଙ୍କ କାର୍ଯ୍ୟାଳୟରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସିମୁଳିଆ ଅଞ୍ଚଳରେ ଘଟୁଥିବା ବିଭିନ୍ନ ପ୍ରକାରର ଅପରାଧ ଓ ଅପରାଧୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତାଙ୍କର ପ୍ରଥମ କାର୍ଯ୍ୟ ବୋଲି ପ୍ରେସ କ୍ଲବ୍ ର ସଭ୍ୟଙ୍କୁ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.