ବାଲି ଉଠାଉଥିବା ବେଳେ ବନ୍ୟା ପାଣି ଆସି ଦୁଇ ଶ୍ରମିକଙ୍କୁ ଭସେଇ ଦେଲା

0 2

ଜଣେ ଉଦ୍ଧାର : ନିଖୋଜ ଥିବା ଶ୍ରମିକଙ୍କ ମୃତ ଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ।

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ବାଲି ଉଠାଉଥିବା ବେଳେ ହଠାତ ବନ୍ୟା ପାଣି ଆସି ଦୁଇ ଶ୍ରମିକଙ୍କୁ ଭସେଇ ଦେଲା, ଜଣେ ଉଧାର ଜଣେ ନିଖୋଜ ଥିବା ଶ୍ରମିକର ମୃତ ଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କୁଡ଼ିଙ୍ଗଗୁଡ଼ା ଗାଁ ନିକଟ ନଈରେ ୪ ଜଣ ମହିଳା ଶ୍ରମିକ ବାଲି ଉଠାଉଥିବା ବେଲେ ପ୍ରବଲ ବର୍ଷା ହୋଇଥିଲା | ଏଣୁ ନଈରେ ପାହାଡିଆ ପାଣି ହଟାତ ବନ୍ୟା ପାଣି ଆସିବା ଯୋଗୁଁ ଦୁଇ ଶ୍ରମିକ ମଞ୍ଜୁଳା ମାଝି ଓ ସୁକାଇ ମାଝି ଭାସି ଗଲେ | ସାଙ୍ଗରେ ଥିବା ଅନ୍ୟ ଶ୍ରମିକ ମାନେ ଶୁକାଇ ଙ୍କୁ ଉଦ୍ଧାର କରିବା ରେ ସଫଳ ହୋଇଥିଲେ | କିନ୍ତୁ ଆଉ ଜଣେ ମଞ୍ଜୁଳା ମାଝି ନିଖୋଜ ହୋଇଗଲେ । ଖବର ପାଈ ଟିକିରି ସ୍ଥିତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ଶ୍ରମିକ ମଞ୍ଜୁଳା ମାଝିଙ୍କ ମରଶରୀର ଉଦ୍ଧାର କରିଛନ୍ତି | ଏନେଇ ଟିକିରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.