ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସମ୍ମିଳନୀ କକ୍ଷ ଠାରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।
ବରିଷ୍ଠ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ଶାଖାର ପୂର୍ବତନ ସଦସ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଅଜୟ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଉତ୍କଳ ହିତୈଷିଣୀ ସମାଜର ସଭାପତି ଶ୍ରୀ ଭାରତ ଭୂଷଣ ମହାନ୍ତି ଯୋଗଦେଇଥିଲେ।
ମୁଖ୍ୟତଃ ପଣ୍ଡିତ ଗୋପୀନାଥ ନନ୍ଦ ସମାଲୋଚନା ସାହିତ୍ୟର ପ୍ରଥମ ଅଗ୍ରଣୀ ଥିଲେ ଏଥି ସହିତ ସେ ଓଡ଼ିଆ ଭାଷା ସାହିତ୍ୟର ଏକ ବିଚକ୍ଷଣ ସମାଲୋଚକ ସମେତ ଓଡ଼ିଆ ଭାଷା ତତ୍ତ୍ୱବିଦ ଓ ଗଳ୍ପତତ୍ତ୍ଵ ଅଭିଧାନର ପ୍ରଣେତା ଥିଲେ। ଭାରତୀୟ ଭାଷା ବିଜ୍ଞାନ ଓ ସାହିତ୍ୟ ଭିତରେ ସେ ଥିଲେ ଏକ ଅମ୍ଳାନ ପ୍ରତିଭା।
ଗୋପୀନାଥ ନନ୍ଦ ହେଉଛନ୍ତି ପ୍ରଥମ ତୁଳନାତ୍ମକ ସମାଲୋଚନା ରଖିଥିବା ପ୍ରଥମ ସାହିତ୍ୟିକ। ଭାଷା ଓ ସାହିତ୍ୟକୁ ଅବ୍ୟାହତ ରଖିବାରେ ପ୍ରଥମ ସ୍ରଷ୍ଟା ଥିଲେ ପଣ୍ଡିତ ଗୋପୀନାଥ ନନ୍ଦ।
ପଣ୍ଡିତ ଗୋପୀନାଥ ନନ୍ଦ ଥିଲେ ଏକ ଧାରାରେ ନାଟ୍ୟକାର , ଗଦ୍ୟକାର , ସଂସ୍କୃତ ପାଣ୍ଡିତ୍ୟ , ସାମଲୋଚକ ଓ ସମାଲୋଚନା ସାହିତ୍ୟର ଦିଗଦର୍ଶକ , ଭାଷାତତ୍ତ୍ଵ ଓ ବ୍ୟାକରଣର ସ୍ବତନ୍ତ୍ର ଆସନର ଅଧିକାରୀ ଏବଂ ଏକ ଅନନ୍ୟ ପ୍ରତିଭା ବାନ ବ୍ୟକ୍ତିତ୍ଵ ଥିଲେ ବୋଲି ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ।
ସେହିଭଳି ଏହି କାର୍ଯ୍ୟକ୍ରମରେ ବହୁ ଅଧ୍ୟାପିକା ଡ଼.କଲ୍ୟାଣୀ ମିଶ୍ର , ଅଧ୍ୟାପକ ଡ଼.ଚନ୍ଦ୍ର ଶେଖର ଦାସ , ଅଧ୍ୟାପକ ଆର୍ତ୍ତତ୍ରାଣ ଚଇନୀ , ଶ୍ରୀ ରାଜେନ୍ଦ୍ର ରଥ , ଶ୍ରୀ ନରସିଂହ ଗୌଡ଼ , ଶ୍ରୀ ସଚ୍ଚି ସାମଲ , ଶ୍ରୀ ପ୍ରଫୁଲ୍ଲ ପାଣିଗ୍ରାହୀ , ଶ୍ରୀ ସୂର୍ଯ୍ୟ ନାରାୟଣ ରାଜଗୁରୁ ଏବଂ ଶ୍ରୀ ଗୌରହରି ପଟ୍ଟନାୟକ ପ୍ରମୁଖ ଏହି ସାରସ୍ଵତ କାର୍ଯ୍ୟକ୍ରମରେ ଯୋଗଦେଇ ମଞ୍ଚ ଉପରେ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ସାହିତ୍ୟ କୃତି , ପାଣ୍ଡିତ୍ୟ ଓ ବହୁମୁଖି ପ୍ରତିଭାର ବିଭିନ୍ନ ଦିଗ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ଭଗବତ ପାଢ଼ୀ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ ଓ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଶରତ ସାହୁ , ଶ୍ରୀ ବିଷ୍ଣୁ ପଣ୍ଡା , ଶ୍ରୀ ମୁରଲୀ ଧର ପରିଚ୍ଛା ଓ ଶ୍ରୀ ତ୍ରିପତି ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.