ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ବାଣପୁର ଗସ୍ତ

0 2

ବାଣପୁର/ଖୋର୍ଦ୍ଧା:( ସେକ୍ କୌସର) ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଆଜି ଖୋର୍ଦ୍ଧା ଜିଲ୍ଲାର ବାଣପୁର ମା’ ଭଗବତୀଙ୍କ ଦର୍ଶନରେ ଆସିଥିଲେ। ଏହି ଅବସରରେ ରାଜ୍ୟପାଳ ତାଙ୍କର ନିଜସ୍ୱ ଗ୍ରାମ ଗୋଡ଼ିଝରକୁ ଯାଇଥିଲେ। ସେଠାରେ ତାଙ୍କ ସ୍ୱର୍ଗତ ପିତାଙ୍କର ଆରାଧ୍ୟ ବାଲୁଙ୍କେଶ୍ୱରଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ ଓ ମାତାପିତାଙ୍କ ସମାଧି ସ୍ଥଳରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

ରାଜ୍ୟପାଳ ଶ୍ରୀହରିଚନ୍ଦନଙ୍କୁ ନାଚୁଣି, ବାଣପୁର, ଗମ୍ଭାରିମୁଣ୍ଡା ଆଦି କେତେକ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା |

ଏହିସବୁ ସମ୍ବର୍ଦ୍ଧନାକାର୍ଯ୍ୟକ୍ରମ ପରେ ରାଜ୍ୟପାଳ ଶ୍ରୀହରିଚନ୍ଦନ ବାଣପୁରର ଆରାଧ୍ୟ ଦେବୀମା’ ଭଗବତୀଙ୍କମନ୍ଦିରକୁ ଯାଇଥିଲେ ଓ ମା’ଙ୍କ ଦର୍ଶନ ସାରି ଭୂବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ।

Leave A Reply

Your email address will not be published.