ଭଞ୍ଜନଗର (ଉଦୟନାଥ ପଣ୍ଡା):ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତି ଗତ ସଚିବ ତଥା ୫ ଟି ସଚିବ ଭି.କେ ପାଣ୍ଡିଆନ୍ ସମଗ୍ର ଓଡିଶା ଗସ୍ତ କରି ବିଭିନ୍ନ ସମସ୍ୟା ଶୁଣି ସେଗୁଡ଼ିକର ସମାଧାନ କରୁଛନ୍ତି। ଏପରିପ୍ରେକ୍ଷୀରେ ୫ ଟି ସଚିବ ଙ୍କ ଗଞ୍ଜାମ ର ବିଭିନ୍ନ ଅଞ୍ଚଳକୁ ଗ୍ରସ୍ତ ,ଆସନ୍ତା ୨୫ ଅଗଷ୍ଟ ରୁ ଆରମ୍ଭ ହେବ । ଏବଂ ସଚିବ ପାଣ୍ଡିଆନ ମହୋଦୟ ୨୬ ତାରିଖରେ ଭଞ୍ଜନଗର କୁ ଗ୍ରସ୍ତ ହେବାର ଅଛି। ସେଥିପାଇଁ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପଡିଆରେ ହେବା କୁ ଥିବା ସଭାରେ ,କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସଭା ସ୍ଥଳକୁ ଅନେକ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ ପାଣ୍ଡିଆନ ଙ୍କୁ ନିଜର ସମସ୍ୟା ବିଷୟରେ ଅବଗତ କରାଇବେ। ଏପରି କ୍ଷେତ୍ରରେ ଘୁମୁସର ଜିଲ୍ଲା ଦାବି ,ରଖି ଆସୁଥିବା “ଘୁମୁସର ଜିଲ୍ଲା ଆନ୍ଦୋଳନ ମିଳିତ କ୍ରିୟାନୁଷ୍ଠାନ କମିଟି” ସଚିବ ପାଣ୍ଡିଆନ୍ ମହୋଦୟ ଙ୍କ ପାଖରେ କିପରିଭାବରେ ଘୁମୁସର ଜିଲ୍ଲା ଦାବି ରଖିବେ ,ସେ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରିୟାନୁଷ୍ଠାନ କମିଟିର ସୋମନାଥ ନାୟକ,ପ୍ରଶାନ୍ତ ବିଷୋୟୀ,ପ୍ରକାଶ ଚନ୍ଦ୍ର ସାହୁ,ଶିବରାମ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। ଯେଉଁ ,ଭି.କେ ପାଣ୍ଡିଆନ୍ ୨୦୦୭ ମସିହାରେ ଗଂଜାମ ଜିଲ୍ଲାପାଳ ଥିବା ସମୟରେ ସ୍ବର୍ଗତ ବିଜୁବାବୁଙ୍କ ଶାସନ ସମୟରେ ଘୁମୁସର ଜିଲ୍ଲା ଦାବି ରଖିବା ସହ, ଘୁମୁସର ଜିଲ୍ଲା ର ଆବଶ୍ୟକତା ଦୃଷ୍ଟିରେ ସର୍ବେକ୍ଷଣ ମଧ୍ୟ କରିଥିଲେ । କିନ୍ତୁ ଆଜି ଏହି ଘୁମୁସର ଆନ୍ଦୋଳନ କୁ ତ୍ୱରାନ୍ୱିତ କରିଛି ,ମିଳିତ କ୍ରିୟାନୁଷ୍ଠାନ କମିଟି, ଉତ୍କଳ ସାମ୍ବାଦିକ ସଙ୍ଘ ସମେତ ଅନ୍ୟାନ୍ୟ ୪୦ ଗୋଟି ଅନୁଷ୍ଠାନ। ଏହି ସମସ୍ତ ଅନୁଷ୍ଠାନ,ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଢଙ୍ଗରେ ଆନ୍ଦୋଳନ ଜାରି ରଖିଛନ୍ତି । ଉକ୍ତ ଅନୁଷ୍ଠାନ ବିଗତ ଦିନରେ ଘୁମୁସର ଜିଲ୍ଲା ପାଇଁ ଭଞ୍ଜନଗର, ସୋରଡା ଓ ଜଗନ୍ନାଥ ପ୍ରସାଦ ଠାରେ ବନ୍ଦ ପାଳନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଆସନ୍ତା ଅଗଷ୍ଟ ୨୬ ରେ ଯେତେବେଳେ ସଚିବ ମହୋଦୟ ଆସୁଛନ୍ତି ,ସେ ନିଶ୍ଚିତ ଭାବେ ଘୁମୁସର ଜିଲ୍ଲା ଗଠନ ର ସୁ !ଖବର ଭଞ୍ଜନଗର ବାସୀଙ୍କ ନିଶ୍ଚିତଦେବେ ବୋଲି ଜନସାଧାରଣଙ୍କ ଆଶା ଓ ବିଶ୍ବାସ।
Sign in
Sign in
Recover your password.
A password will be e-mailed to you.