ରୋଟାରୀ କ୍ଲବ ମୀଡୋଜ ଓ ରାଜ୍ୟ ସଂଗ୍ରହାଳୟର ମିଳିତ ସହଯୋଗିତାରେ ସେପ୍ଟେମ୍ବର ୯ରେ ରଙ୍ଗତୂଳୀ 2023 ପ୍ରତିଯୋଗିତା

0 1

ଭୁବନେଶ୍ୱର : ବିଗତ ବର୍ଷ ପରି ଚଳିତ ବର୍ଷ ରୋଟାରୀ କ୍ଲବ ମୀଡୋଜ ଓ ରାଜ୍ୟ ସଂଗ୍ରହାଳୟର ମିଳିତ ସହଯୋଗିତାରେ ଆଗାମୀ ସେପ୍ଟେମ୍ବର ମାସ ୯ ତାରିଖ ଦିନ ଏକ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରଙ୍ଗତୂଳୀ 2023 ଅନୁଷ୍ଠିତ ହେବାକୁ ଯାଉଅଛି।
ଭୁବନେଶ୍ଵରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ପ୍ରତିଯୋଗୀ ମାନଙ୍କ ପାଇଁ ଆକର୍ଷକ ଅର୍ଥ ପୁରସ୍କାର ରାଶି ସହିତ ସମ୍ମାନିତ କରାଯିବାର ବ୍ୟବସ୍ଥା କରାଯାଇଛି।
ଦୁଇଟି କ୍ୟାଟେଗୋରୀ ରେ ବିଭକ୍ତ ଏହି ପ୍ରତିଯୋଗିତା ଚତୁର୍ଥରୁ ସପ୍ତମ ଓ ଅଷ୍ଟମ ରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ଅଧିକ ବିବରଣୀ ନିମନ୍ତେ ବିଦ୍ୟାଳୟ ପ୍ରଧାନଶିକ୍ଷକ, ପ୍ରିନ୍ସିପାଲଙ୍କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ।

Leave A Reply

Your email address will not be published.