ବିଷ ପିଇ ଆତ୍ମହତ୍ୟା କଲେ ଜଣେ ଯୁକ୍ତ ଦୁଇ ନାବାଳିକା ଛାତ୍ରୀ ।

0

ଉଦୟନାଥ ପଣ୍ଡା (ଭଞ୍ଜନଗର): ଗଞ୍ଜାମଜିଲ୍ଲା, ତାରାସୀଙ୍ଗୀ ଥାନା ଅଧୀନ ତିରିଗୋଛା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସୁଚନା ପ୍ରକାରେ ଅପରାହ୍ନ ସମୟରେ ତିରିଗୋଛା ଗ୍ରାମର ଦିବାକର ବାରିକଙ୍କ ଝିଅ “ଉଷା ବାରିକ “ନିଜ ଘରେ ରହିଥିବା ବେଳେ କୌଣସି କାରଣରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଜଗନ୍ନାଥ ପ୍ରସାଦ କଲେଜର, ଯୁକ୍ତ ଦୁଇ କଳା ଛାତ୍ରୀ ଅଧ୍ୟୟନ କରୁଥିବା ସହିତ ପ୍ରତିଦିନ କଲେଜ୍ କୁ ଯିବା ଆସିବା କରୁଥିଲେ । ତେବେ ଚାଷ କାର୍ଯ୍ୟ ଚାଲିଥିବାରୁ ପରିବାର ଲୋକେ ସମସ୍ତେ ଜମିରେ ବ୍ୟସ୍ତ ଥିବା ବେଳେ ଘରେ ଏକା ଥିଲେ ଉଷା । କୌଣସି କାରଣ ଯୋଗୁଁ ଉଷା ବିଷ ପିଇ ତଳେ ପଡିରହିଥିଲେ l କିଛି ସମୟ ବ୍ୟବଧାନ ସମୟରେ ପରିବାର ଲୋକେ ପହଞ୍ଚି ଉଦ୍ଧାର କରି ସଙ୍ଗେ ସଙ୍ଗେ ଉଷାକୁ ଭଞ୍ଜନଗର ଡାକ୍ତରଖାନାକୁ ନେଇଥିଲେ ।କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟା କି ଆତ୍ମହତ୍ୟା ପ୍ରକୃତ ଘଟଣା ସ୍ପଷ୍ଟ ଜଣାପଡୁନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ୍ ଆସିଲେ ଜଣାପଡ଼ିବ ବୋଲି ତାରାସିଙ୍ଗୀ ପୋଲିସ ଠୁ ସୂଚନା ମିଳିଛି ।

Leave A Reply

Your email address will not be published.