ନବରଙ୍ଗପୁର /ଅଶୋକ ସାହୁ:ଆଜି ସ୍ଥାନୀୟ ତୃପ୍ତି ସମ୍ମିଳନୀ କକ୍ଷ ଠାରେ ସ୍ବର୍ଗତ ପ୍ରେମଚାନ୍ଦ ପଟନାୟକ ଙ୍କ ସ୍ମୃତି ଉଦଶ୍ୟରେ ଏକ ସ୍ମୃତି ଚାରଣ ସଭା ଆୟୋଜନ ହୋଇଯାଇଅଛି l ଉତ୍କଳ ପରିଷଦ ର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ଙ୍କ ପୌରାହିତ୍ୟରେ ଆୟୋଜିତ ଶୋକ ସଭା ରେ ବିଜୟ ଚୌଧୁରୀ, ଦେବେନ୍ଦ୍ର ପ୍ରଧାନ, ଯେମlମଣୀ ବିଷୋୟୀ,ପ୍ରଭାସିନୀ ମହାନ୍ତି ପ୍ରମୁଖ ବରିଷ୍ଠ ସଭ୍ୟ ସଭ୍ୟା ଙ୍କ ସହ ନବରଙ୍ଗପୁର ଉତ୍କଳ ପରିଷଦ ସମ୍ବାଦ ସାହିତ୍ୟ ଘର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ର କର୍ମକର୍ତ୍ତା ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ପ୍ରେମଚାନ୍ଦ ପ୍ରେମୀ ତାଙ୍କର ଗୁଣଗାନ କରିଥିଲେ l ସେ ଜଣେ ଶାନ୍ତ ସରଳ ନିଷ୍ଠାବାନ ସାହିତ୍ୟ ସାଧକ ଓ ନାଟ୍ୟ ନିର୍ଦେଶକ ଥିଲେ l
ଉକ୍ତ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ସହରର ଡ଼ଃ ବିଜୟ ମିଶ୍ର, ଅବନୀ ତ୍ରିପାଠୀ, ରାମ ପ୍ରସାଦ ପାତ୍ର, ତପନ ବିଷୋୟୀ,ନିରଞ୍ଜନ ମିଶ୍ର, ଜଗଦୀଶ ତ୍ରିପାଠୀ, ଦିଲ୍ଲୀପ ହୋତା, ଦୁର୍ଗା ପାଢ଼ୀ,ତ୍ରିପତି ବାଲାଜୀ ସାହୁ, ସୁରେଶ ମହାନ୍ତି, ଜାହ୍ନବୀ ପଣ୍ଡା, ପୂର୍ଣ୍ଣ ମହାପାତ୍ର,ପର୍ଶୁରାମ ସାହୁ, ରଜନୀ କାନ୍ତ ପାତ୍ର, ଚିଦା ପଟନାୟକ, ମନୋଜ ପଟନାୟକ, ଝରଣା ପଟନାୟକ ସ୍ଵର୍ଣଲତା ପଟନାୟକ, ପି. ରବିକାନ୍ତ ରଘୁରାମ, କନକ ଲତା ମାହାଙ୍କୁଡ଼, ଗୋପାଳ ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ପଟନାୟକ ଙ୍କ ସ୍ମୃତି ଚାରଣ କରିଥିଲେ l ଶେଷରେ ଅଧ୍ୟାପକ ଅଖିଳ କୁମାର ଭଟ୍ଟ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.