ବିଚାକୁଣ୍ଡି ଅଞ୍ଚଳରେ ଟାଟା ଷ୍ଟିଲ ଫାଉଣ୍ଡେସନ ପଦକ୍ଷେପ ଦ୍ୱାରା 400 ରୁ ଉର୍ଦ୍ଧ୍ୱ ଜଣ ସ୍ୱାବଲମ୍ବି

17

ପିଇବା ପାଣି, ଶୌଚାଳୟ, ନେତୃତ୍ବ ଶିବିର ଏବଂ ପ୍ରଶିକ୍ଷଣ ଭଳି ବିଭିନ୍ନ ପଦକ୍ଷେପ ଦ୍ୱାରା ପ୍ରାୟ 1200 ଲୋକ ଉପକୃତ

ଯୋଡା, ୨୦.୦୮.୨୦୨୩ (ପାର୍ଥ ସାରଥୀ ଷଡ଼ଙ୍ଗୀ): ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ବିଚାକୁଣ୍ଡି (ୱାର୍ଡ ନଂ 14) ଅଞ୍ଚଳରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ହାତକୁ ନିଆଯାଇ ସେଗୁଡିକର ସଫଳ ରୂପାୟନ କରାଯାଇ ପାରିଛି I

ଛତୁ ଚାଷ ଏବଂ ବତକ ପାଳନ କରି ମୁଣ୍ଡା ବସ୍ତି ଓ କାଳି ବସ୍ତି ଅଞ୍ଚଳର 130 ଜଣ ସ୍ୱାବଲମ୍ବୀ ହୋଇପାରିଛନ୍ତି I ଏହି ପରିପ୍ରେକ୍ଷୀରେ, ବ୍ୟକ୍ତିଗତ ସହାୟତା ହିସାବରେ 10 ଟି ଛତୁ ଚାଷ ପ୍ରକଳ୍ପ ଘର ଏବଂ 10 ଟି ବତକ ପାଳନ ଘର ନିର୍ମାଣ କରାଯାଇଛି, ଯାହାକି ଲୋକମାନଙ୍କ ଆୟ ବୃଦ୍ଧି ରେ ସହାୟକ ହେବା ସହ ସେମାନଙ୍କ ସାମାଜିକ ସ୍ଥିତି ଓ ଚାଳିଚଳନ ରେ ବେଶ୍ ପରିବର୍ତ୍ତନ ଆଣି ପାରିଛି I

ସ୍ଥାନୀୟ ଲୋକଙ୍କର ଜୀବନଜିବିକା ରେ ଉନ୍ନତି ଆଣିବା ପାଇଁ ବୈଜ୍ଞାନିକ ପଦ୍ଧତିରେ ବାୟୋ ଫ୍ଲୋକ୍ ମାଛ ଚାଷ କରାଯାଇଛି ଯାହାଦ୍ୱାରା ତିନି ଜଣ ଉପକୃତ ହୋଇଛନ୍ତି ଏବଂ ଆଗକୁ ଏହାକୁ ବିସ୍ତାର କରିବା ପାଇଁ ମଧ୍ୟ ଯୋଜନା ରଖାଯାଇଛି I
ସେହିପରି, ସ୍ଵୟମ ସହାୟକ ଗୋଷ୍ଠୀ ମାଧ୍ୟମରେ ସାବୁନ ତିଆରି ତାଲିମ ପାଇ 25 ଜଣ ଉପକୃତ ହୋଇ ନିଜକୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି I ହଳଦୀ ଏବଂ ଅଦI ଭଳି ଅର୍ଥକାରୀ ଫସଲ କୁ ପ୍ରୋତ୍ସାହିତ କରାଯାଇଛି ଯାହାଦ୍ୱାରା ଅଦ୍ୟାବତ୍ 20 ଜଣ ଚାଷୀ ଉପକୃତ ହୋଇଛନ୍ତି I

ପୁଷ୍ଟିକର କିଚେନ୍ ଗାଡେନ ରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି 211 ଜଣ ଉପକୃତ ହୋଇଛନ୍ତି I ଏହାଦ୍ୱାରା ସେମାନେ ନିଜ ପରିବାରର ଆବଶ୍ୟକତା ପୂରଣ କରିବା ସହ ବଜାରରେ ମଧ୍ୟ ବିକ୍ରି କରିପାରୁଛନ୍ତି I

ଟି ଏସ୍ ଏଫ୍ ଦ୍ଵାରା ସ୍ଥାନୀୟ ଅଞ୍ଚଳରେ ଚାରି ଗୋଟି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି ଯାହା ଦ୍ଵାରା 400 ଲୋକ ଲାଭାନ୍ୱିତ ହୋଇ ପାରିଛନ୍ତି I ଦକ୍ଷତା ବିକାଶ ଅନ୍ତର୍ଗତ କାର୍ଯ୍ୟକ୍ରମରେ ସିଲେଇ ତାଲିମ ମାଧ୍ୟମରେ 10 ଜଣ ଉପକୃତ ହୋଇ ସ୍ୱାବଲମ୍ବୀ ହୋଇପାରିଛନ୍ତି ଏବଂ, 250 ଜଣ ମହିଳା ସଶକ୍ତିକରଣ, ନେତୃତ୍ୱ ଏବଂ ଆୟ ବୃଦ୍ଧି ସମ୍ପର୍କିତ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି I

ଅନୁରୁପ ଭାବେ, ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ ଦ୍ଵାରା 25 ଜଣ ଉପକୃତ ହୋଇଥିବାବେଳେ ବାହ୍ୟ ନେତୃତ୍ବ ବିକାଶ କାର୍ଯ୍ୟକ୍ରମ ରେ 35 ଜଣ ଯୋଗ ଦେଇଛନ୍ତି I ପାନୀୟ ଜଳ ର ଉତ୍କଟ ସମସ୍ୟା କୁ ଦୂର କରିବା ପାଇଁ, ସ୍ଥାନୀୟ ଅଞ୍ଚଳରେ 6 ଟି ଗଭୀର ନଳକୂପ ଖନନ କରାଯାଇଛି ଯାହାଦ୍ୱାରା 450 ଜଣ ଉପକୃତ ହେଉଛନ୍ତି I

ବାୟୋ ଫ୍ଲୋକ୍ ମାଛ ଚାଷ କରିଥିବା ମୁଣ୍ଡା ବସ୍ତି ର ଗୁରୁବାରି ମୁଣ୍ଡା କହନ୍ତି,”ଟିଏସ୍ଏଫ୍ ଯୋଗୁଁ ଆମେ ଆଜି ସମ୍ପୂର୍ଣ୍ଣ ଭାବେ ଆତ୍ମନିର୍ଭରଶୀଳ ହୋଇ ପାରିଛୁ I ଆମକୁ ରୋଜଗାର ର ବାଟ ଦେଖାଇ ସ୍ୱାବଲମ୍ବୀ କରାଇ ଥିବାରୁ ଟିଏସ୍ଏଫ୍ କୁ ଧନ୍ୟବାଦ I”

ସେହିପରି, ଛତୁ ଚାଷ କରିଥିବା କାଳି ବସ୍ତି ର ସମିତା ଲୋହାର କହନ୍ତି,”କେବଳ ଚାଷବାସ ନୁହେଁ, ଆମ ଅଞ୍ଚଳ ର ଲୋକମାନଙ୍କ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଟିଏସ୍ଏଫ୍ ବିଭିନ୍ନ ପ୍ରକାରର କାର୍ଯ୍ୟ କରୁଛି, ଯାହାକି ବାସ୍ତବିକ ସ୍ଵାଗତଯୋଗ୍ୟ I”

ଟି ଏସ୍ ଏଫ୍ ର ଏଭଳି ପଦକ୍ଷେପ ସ୍ଥାନୀୟ ବାସୀଙ୍କ ଜୀବନ ଜିବିକା ପରିବର୍ତ୍ତନ ଆଣିବା ରେ ସହାୟକ ହେବା ସହ ମହିଳା ଏବଂ ଯୁବକ ଯୁବତୀ ମାନଙ୍କୁ ଦକ୍ଷତା ବିକାଶ ବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି I

Leave A Reply

Your email address will not be published.