ଜୁନାଗଡ଼,୧୮/୮(ଆଦିତ୍ୟ ମହାନ୍ତି)ଜୁନାଗଡ଼ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ନୂତନ ଥାନା ଅଧିକାରୀ ଶେଷଦେଵ ବେହେରା କୋରାପୁଟ କୋଟପାଡ଼ ରୁ ଆସି ଏଠାରେ ଦାୟିତ୍ୱ ନେଇଛନ୍ତି।ସାମ୍ବାଦିକ ସଂଘ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।
ଏଥିରେ ଜୁନାଗଡ଼ ସହରରେ ଟ୍ରାଫିକ ସମସ୍ୟା, ସିସିଟିଭି,ଚୋରି ତଥା ଶାନ୍ତି ଶୃଙ୍ଖଳା ବିଷୟରେ ଅବଗତ କରିଥିଲେ। ସଂଘର ସଭାପତି ହିମାଂଶୁ ବରାଡ଼,ସମ୍ପାଦକ ନରେନ୍ଦ୍ର ଖିତି, ଉପଦେଷ୍ଟା, ସନ୍ତୋଷ ସିଂହଦେଓ, ପ୍ରଭାକର ସେଠି ଉପସଭାପତି ଆଦିତ୍ୟ ମହାନ୍ତି, ସୁନ୍ଦରମୋହନ ଛତ୍ରୀଆ, ଖଗେଶ୍ୱର ଢଙ୍ଗଡାମାଝୀ, ବ୍ୟୋମକେଶ ପୁରୋହିତ, ବିଭୁପ୍ରସାଦ ପାଢ଼ୀ,ରଜନୀ ମିଶ୍ର, ରାକେଶ ବେମାଲ, ରବି ସୁନାନୀ, କୁମରମଣି ଦୁର୍ଗା ଓ ସଂଘର ଅନେକ ସଦସ୍ୟ ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post