ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପରିଷଦ ୫୦ତମ ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗାୱାରା ତିରୁପତି ରାଓ ଅଧ୍ୟକ୍ଷତା କରିଥିବା ବେଳେ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୁତି ରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ କୁନ୍ତଳା ମଲିକ , ବ୍ରହ୍ମପୁର ସାଂସଦ ପ୍ରତିନିଧି ଶ୍ରୀ ପ୍ରଦୀପ କୁମାର ନାୟକ , ପାରଳାଖେମୁଣ୍ଡି ବିଧାୟକ ପ୍ରତିନିଧି ଶ୍ରୀ ଆଦର୍ଶ ଦାସ , ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଡ଼.ଗୁଣନିଧି ନାୟକ ମଞ୍ଚାସୀନ ଥିବା ବେଳେ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦର ସଭ୍ୟ/ସଭ୍ୟା , ବ୍ଲକ୍ ଅଧ୍ୟକ୍ଷ/ଅଧ୍ୟକ୍ଷା , ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ ସ୍ବାଗତ ଭାଷଣ ପୂର୍ବକ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଡ଼.ଗୁଣନିଧି ନାୟକ ସମସ୍ତ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନଙ୍କୁ ସ୍ବାଗତ ଜଣାଇ ଥିଲେ । ମଞ୍ଚାସୀନ ସମସ୍ତ ଅତିଥି କହିଥିଲେ ଯେ ଗଜପତି ଜିଲ୍ଲାର ଯେଉଁ ଲକ୍ଷ୍ୟ ରହିଛି ତାହା ସଫଳତାର ସହିତ କାର୍ଯ୍ୟକାରୀ କରାଯାଉଛି ଏବଂ ଆଗକୁ ମଧ୍ୟ ସଫଳତାର ସହିତ କାର୍ଯ୍ୟକାରୀ ଚାଲୁରହିବ ବୋଲି କହିଥିଲେ। ସେହିପରି ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ କହିଥିଲେ ଯେ ଆସନ୍ତା ପାର୍ବଣ ଋତୁରେ ଜନସାଧାରଣ ଅଧିକ ପ୍ଲାଷ୍ଟିକ ଜିନିଷ ବ୍ୟବହାର କରିବାର ରହିଛି , ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀ ବର୍ଜନ କରିବା ସହ ପ୍ଲାଷ୍ଟର ଅଫ ପାରିସକୁ ମଧ୍ୟ ବନ୍ଦ କରିବାକୁ ପଡ଼ିବ ଏଣୁ ସମସ୍ତ ଜନସାଧରଣ ମାଟି ମୂର୍ତ୍ତି ବ୍ଯବହାର କରିବା ସହିତ ଜଳ ପ୍ରଦୂଷଣ ହେବ ନାହିଁ ବୋଲି ଆଜି ଗୃହରେ ଥିବା ଜିଲ୍ଲାର ସମସ୍ତ ଜନ ପ୍ରତିନିଧି ଓ ସରକାରୀ କର୍ମଚରୀମାନଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି।
ଏହି ବୈଠକରେ ପୂର୍ବ ବୈଠକର ଆଲୋଛିତ ବିବରଣୀ ପଠନ କରିବା ସହିତ ଏହା ଅନୁମୋଦନ କରାଯାଇଥିଲା। ଏହି ଦିଗରେ ସରକାରୀ ସହାୟତା ସମ୍ପର୍କିତ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ଜିଲ୍ଲାରେ କାର୍ଯକାରୀ କରାଯାଉଥିବା ବିଭିନ୍ନ ବିଭାଗ ତଥା ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ , ଗ୍ରାମ୍ୟ ଉନ୍ନୟନ ବିଭାଗ , ରାସ୍ତା ଓ କୋଠାବାଡ଼ି , କୃଷି ଓ କୃଷକ ସଶକ୍ତି କରଣ , ଶିକ୍ଷା , ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ , ବେସାମରିକ ଯୋଗାଣ ଓ ଖାଦ୍ୟ ପ୍ରକ୍ରିୟା କରଣ , ଜଳ ସେଚନ ପ୍ରକଳ୍ପ , ମେଗା ଜଳସେଚନ , କ୍ଷୁଦ୍ର ଜଳସେଚନ , ଛେଲିଗଡ ପ୍ରକଳ୍ପ , ଉଦ୍ୟାନ , ଜଳ ଛାୟା , ପଶୁ ସମ୍ପଦ , ମତ୍ସ୍ୟ ବିଭାଗ , ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା , ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଏବଂ ବିପଣନ ସଂସ୍ଥା (ORMAS), ଓଡ଼ିଶା ଜୀବିକା ମିଶନ , ମିଶନ ଶକ୍ତି , ସମାଜ କଲ୍ୟାଣ ଓ ଶିଶୁ କଲ୍ୟାଣ ବିକାଶ , ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ , ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା , ଜଙ୍ଗଲ ଓ ପରିବେଶ , ଶ୍ରମ ଓ ନିଯୁକ୍ତି , ଅବକାରୀ , ପରିବହନ , ବିଦ୍ୟୁତ , ଗ୍ରାମ୍ୟ ସାମାଜିକ ନିରାପତ୍ତା , କ୍ଷୁଦ୍ର ଉଦ୍ୟୋଗ ପ୍ରକ୍ରିୟା କରଣ , ପାନୀୟ ଜଳ ଓ ପରିମଳ ପ୍ରଭୃତି ବିଷୟକୁ ନେଇ ସମସ୍ତ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା , ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ଜିଲ୍ଳାର ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ମାନଙ୍କ ସହ ପୁଙ୍ଖାନପୁଙ୍ଖ ଆଲୋଚନା ହୋଇଥିଲା।
Sign in
Sign in
Recover your password.
A password will be e-mailed to you.