ଉଦୟନାଥ ପଣ୍ଡା (ଭଞ୍ଜନଗର) :ଭାରତୀୟ ଜାତୀୟ କଂଗ୍ରେସ ର ଆବାହନ ରେ ସମଗ୍ର ଓଡ଼ିଶାର ସମସ୍ତ ବ୍ଲକ ଆଗରେ କଂଗ୍ରେସ କର୍ମୀମାନେ ଘେରାଓ କରିଥିଲେ।ଏହି ପରିପ୍ରେକ୍ଷୀ ରେ ୧୮/୦୮/୨୦୨୩ ତାରିଖ ଶୁକ୍ରବାର ଦିନ ସୋରଡା ବ୍ଲକ ର ବହୁ କର୍ମୀ ମାନେ ସୋରଡା ବ୍ଲକ ଅଫିସ ଆଗରେ ବିକ୍ଷୋଭ କରିବା ସହ ବି.ଡି.ଓ ଙ୍କୁ ଏକ ସ୍ମାରକ ପତ୍ର ଦେଇଥିଲେ। ଦୁର୍ନୀତି ଗ୍ରସ୍ତ କେନ୍ଦ୍ର ଓ ରାଜ୍ୟ ସରକାର ଯେପରି ଭାବେ ବ୍ଲକ ମାନଙ୍କରେ ପିସି କାରବାର ପ୍ରଶ୍ରୟ ଦେଇଛନ୍ତି,ସେଥିରୁ ନିବୃତ ରହିବାକୁ କହିଛନ୍ତି। ଆଗାମୀ ଦିନରେ ଏହି ଆନ୍ଦୋଳନ ବିଭିନ୍ନ ପଞ୍ଚାୟତ ରେ ହେବ ବୋଲି ବରିଷ୍ଠ କଂଗ୍ରେସ କର୍ମୀମାନେ ପ୍ରକାଶ କରିଥିଲେ।
ବ୍ଲକ ଅଫିସ ମାନଙ୍କରେ ବ୍ୟାପକ ପିସି କାରବାର,ଆବାସ ଯୋଜନାରେ ଦୁର୍ନୀତି,ଦରଦାମ ବୃଦ୍ଧି, ନାରୀ ନିର୍ଯାତନା,ଚାଷୀ ମାରଣ ନୀତି, ଟାଟା କମ୍ପାନୀରେ ଖାଉଟି ବିରୋଧୀ ନୀତି ବିରୁଦ୍ଧରେ ଆଜି ସୋରଡା କଂଗ୍ରେସ ପରିବାର ତରଫରୁ ସୋରଡା ବ୍ଲକ ଘେରାଉ କରାଗଲା । ସୋରଡା ବ୍ଲକ କଂଗ୍ରେସ ସଭାପତି ହରି କୃଷ୍ଣ ରଥ ,ଦିଲ୍ଲୀପ ସୁଆର, ବାସୁଦେବ ମଲ୍ଲିକ, ଲାଷ୍ମୀକାନ୍ତ ପ୍ରଧାନ ସହ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.