ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

0

ସାରସକଣା ରୁ ଦିପୁ ମହାପାତ୍ର: ମୟୁରଭଂଜ ଜିଲ୍ଲା ସରସକଣା ବ୍ଳକ୍ ସ୍ଥାନୀୟ ଝlଡପୋଖରିଆ ଥାନା ରେ ଦେଖିବାକୁ ମିଳିଛି ଏକ ଅଭାବ ନୀୟ ଘଟଣା ସୂଚନା ମୁତାବକ ଗତ ୧୬ ତାରିଖ ବୁଧବାର ରାତ୍ର ରେ ଦୁଷ୍କର୍ମ ହୋଇଥିବାର ଝଡ଼ପୋଖାରିଆ ଥାନା ରେ ଅଭିଯୋଗ ହୋଇଛି ।ବୁଧବାର ରାତି ମା ବାପା ସହିତ ରାତି ଭୋଜନ କରି ସରିଲା ପରେ ପଡ଼ୋଶୀ ଘର ଆଈ ସାଥିରେ ଶୋଇବାକୁ ଯାଇଥିଲା , କିନ୍ତୁ ରାତ୍ରି ୧୨ ଘଟିକା ସମୟରେ ଅନ୍ୟ ଏକ ନାବାଳକ ଆଇ ଘରକୁ ପଶି ସୋଇଥିବା ନାବାଳିକା କୁ କୁକର୍ମ କରିଥିଲା । ସେହି ସମୟରେ ଆଇ ଙ୍କ ନିଦ ଭାଙ୍ଗିବାରୁ ରୁମ୍ ଭିତରେ ନାବଳକୁ ଦେଖି ଚିତ୍କାର କରିଥିଲେ। ଚିତ୍କାର ଶୁଣି ଘର ପାଖରେ ସୋଇଥିବା ମା ଓ ବାପା ବାହାରି ଆସିବା ସହିତ ମାଆ ବାପାଙ୍କ କହିବା ଅନୁସାରେ ନାବାଳକ ଆଇ ଘର ଝରକା ଦେଇ ଡିଆଁ ମାରି ବାହାରି ଯିବାର ଦେଖିଥିଲେ। ତା ପର ଦିନ ପୀଡ଼ିତା ନାବାଳିକାର ବାପା ଓ ମାଆ ଆସି ଝାଡପୋଖରିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ତେବେ ଅଭିଯୋଗ ଆଧାରରେ ଥାନାରେ କେସ ନମ୍ୱର୍ ୨୦୩/୨୩ ରେ ଏକ ମାମଲା ରୁଜୁକରି ନାବାଳିକାର ୧୬୪ ବୟନ ରେକର୍ଡ ପରେ କୁକର୍ମ କରିଥିବା ନାବାଳକକୁ ସୁଧାର ଗୃହ କୁ ପଠାଇ ଦିଆଯାଇଛି ବୋଲି ତଦନ୍ତ କାରି ଅଫିସର ପ୍ରକାଶ କରିଛନ୍ତି।

Leave A Reply

Your email address will not be published.