ରେଳଧାରଣା ନିକଟରୁ ଟିଫିନ ବୋମା ଜବତ ।

0

 ସୁନ୍ଦରଗଡ଼ /ରାଉରକେଲା,(ବସନ୍ତ କୁମାର ଜେନା): ସୁନ୍ଦରଗଡ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଢ଼ିହି ପାର୍ଶ୍ଵରୁ ଡିବିଏଫ ଯବାନ ମାନଙ୍କ ଦ୍ୱାରା ୧୦ କେଜିରୁ ଅଧିକ ଓଜନର ଟିଫିନ୍ ବୋମା ଜବତ ହୋଇଛି । ସ୍ଥାନୀୟ ପୋଲିସ ଓ ଡିଭିଏଫ ଯବାନ ମିଳିତ ସର୍ଚ୍ଚ ଅପରେସନ ବେଳେ ଏହି ଏକ୍ସ୍ କ୍ଲୁସିଭ୍ ଟିଫିନ୍ ବୋମା ମରାମତ ହୋଇଛି । ବୋମା ନିଷ୍କ୍ରିୟ ଟିମ ଜବତ ଟିଫିନ୍ ବୋମା କୁ ନିକଟ ଜଙ୍ଗଲରେ ନିଷ୍କ୍ରିୟ କରିଛନ୍ତି ।
ଏଇ ଘଟଣା ସମ୍ବନ୍ଧରେ ବଣେଇ sdpo ସ୍ବରାଜ ଦେବତା ଙ୍କୁ ପଚାରି ବାରୁ ସେ କହିଛନ୍ତି ଯେ ଜଉ ଟିଫିନ ବୋମା ଉଦ୍ଧାର କରାଯାଇଛି ତାହା ନିଷ୍କ୍ରିୟ ହୋଇଯାଇଛି। ଏ ଅଞ୍ଚଳରେ ଯେତେବେଳେ ନକ୍ସଲ ମାନେ ସକ୍ରିୟ ଥିଲେ ସେହି ସମୟରେ ଏହା ଖଞ୍ଚା ଯାଇଥିଲା ଏବେ ଯେହେତୁ ବର୍ଷା ସମୟ ବର୍ଷାରେ ମାଟି ଧୋଇହେବା ଫଳରେ ଏହି ନିଷ୍କ୍ରିୟ ବୋମା ମାଟି ଉପରକୁ ଦେଖା ଯାଉଥିଲା ସର୍ଚ୍ଚ ଅପରେସନ ସମୟରେ ସେହି ଟିଫିନ୍ ବୋମା ଯବାନଙ୍କ ରାଡ଼ାର ରେ ଆସିଥିଲା ଫଳରେ ସ୍ଥାନୀୟ ପୋଲିସ ଓ crpf ଯବାନ ଓ ବମ୍ ସ୍କ୍ୱାର୍ଡ ଟିମ୍ ଉପସ୍ଥିତିରେ ତାକୁ ଚେକ୍ କଲା ପରେ ତାହା ନିଷ୍କ୍ରିୟ ଥିବା ଜଣା ପଡି ଥିଲା ତାକୁ ଆମେ ନଷ୍ଟ କରିବା ସହିତ ସେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହି ଥିବା ସୂଚନା ଦେଇ ଛନ୍ତି।

Leave A Reply

Your email address will not be published.