ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ସଦର ମହକୁମାରରେ ବର୍ତ୍ତମାନ ଦେଖା ଦେଇଛି ଶବ୍ଦ ପ୍ରଦୂଷଣ ସମସ୍ୟା। ଏନେଇ ଜନ ସାଧାରଣ ଯେତେ ଯାହା ଅଭିଯୋଗ କଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ। ଫଳରେ ଜନ ସାଧାରଣରେ ଅସନ୍ତୋଷ ଉଗ୍ରରୂପ ନେବାକୁ ବସିଲାଣି । ଅପରପକ୍ଷେ ଉଦଣ୍ଡ ରୋମିଓ ବାଳୁଙ୍ଗା ଟୋକା ମାନେ ଆହୁରି ଦୁଇଗୁଣା ଉତ୍ପାତ ହେବା ସହ ଉଚ୍ଚଶବ୍ଦ ସୃଷ୍ଟି କରୁଥିବା ବେଆଇନ ଅନାମ ଧେୟ ଚାଇନା କମ୍ପାନୀର ହର୍ଣ୍ଣ ଓ ସାଇଲେନ୍ସର ଲଗାଇ ଦ୍ରୁତ ଗତିରେ ଯାନ ବାହାନ ଚଳା ଚଳ କରୁଥିବାରୁ ଆକାରଣରେ ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ନଷ୍ଟ ହେଉଛି । ସେମିତି ଉଚ୍ଚ ବିକଟାଲ ଶବ୍ଦ ଯୋଗୁଁ ଖାଲି ଶବ୍ଦ ପ୍ରଦୂର୍ଷଣ ହେଉଛି ତାହାନୁହେଁ ଘରମାନଙ୍କରେ ଥିବା ବରିଷ୍ଠ ବୃଦ୍ଧ ବୃଦ୍ଧା ରୋଗୀ ଓ ଛୋଟ ଶିଶୁ ମାନଙ୍କ ପାଇଁ ମାନସିକ ନିର୍ଯ୍ୟାତନା ଠାରୁ କିଛି କମ ନୁହେଁ । ଆଶ୍ଚର୍ଯ୍ୟ,ଏତେସବୁ ପରେବି ସ୍ଥାନୀୟ ପୋଲିସ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭଗ୍ନ ହେଉନାହିଁ କାହିଁକି ତାହା ମାଁ ଗଙ୍ଗେଇଙ୍କୁ ଜଣା ଥିବ। ଯଦିବା ପ୍ରଶାସନ ଏହାକୁ ସାଧାରଣ ବିଷୟ ବୋଲି ଭାବୁଛି ତେବେ ମସ୍ତବଡ ଭୁଲ କରୁଛି। “ଶବ୍ଦ ପ୍ରଦୂଷଣ” ଏକ ଅକ୍ଷମଣୀୟ ଅପରାଧ ଅଟେ ! ଏହା କୌଣସି ଛୋଟିଆ ଅପରାଧ ନୁହେଁ ! ଯେଉଁଥିପାଇଁ କି,ସୁପ୍ରିମ କୋର୍ଟର ଗୁଡ଼ାଏ ଗାଇଡଲାଇନ ରହିଛି । ସର୍ବସାଧାରଣରେ କୋଡିଏ ଡିସିବଲ ଶବ୍ଦରୁ ଅଧିକା ହେଉଥିବା ଶବ୍ଦକୁ ବେଆଇନ ଘୋଷଣା କରିଛନ୍ତି। ଆହୁରି ମଧ୍ୟ, ବାଣ ଫୋଟକା, ସାଉଣ୍ଡ ବକ୍ସ ଡ଼ିଜେ ଆଦି ବଜାଇବା କ୍ଷେତ୍ରରେ ମଧ୍ୟ ସୁପ୍ରିମ କୋର୍ଟର ନିର୍ଦ୍ଧିଷ୍ଟ ଗାଇଡଲାଇନ ରହିଛି । ସର୍ବସାଧାରଣରେ ବ୍ୟବହାର ପାଇଁ ରହିଥିବା ନିୟମକୁ ଅଣଦେଖା କରି ଅସାମାଜିକ ବ୍ୟକ୍ତି ବିଶେଷ ଉଚ୍ଚ ବିକଟାଲ ଶବ୍ଦ ସୃଷ୍ଟି କରୁଥିବା ହର୍ଣ୍ଣ ଏବଂ ସାଇଲେନ୍ସର ଗାଡି ଗୁଡିକରେ ଲଗାଇ ଶବ୍ଦ ପ୍ରଦୂଷଣ କରୁଥିବାରୁ ସ୍ଥାନୀୟ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରକାଶ ଥାଉକି,ଏହି ଶବ୍ଦ ପ୍ରଦୂର୍ଷଣ ଯୋଗୁଁ ରୋଗଗ୍ରସ୍ତ ବୃଦ୍ଧା ବୃଦ୍ଧ ଛୋଟ ଛୋଟ ଶିଶୁ ଓ ପଶୁ ଜନ୍ତୁ ମାନଙ୍କ ଉପରେ ଗୁରୁତର ପ୍ରଭାବ ପଡୁଥିବାର ଅଭିଯୋଗ ହେବାସହ କିଛି ଶିଶୁ ଓ ବୟସ୍କ ରୋଗୀଙ୍କର ବ୍ରେନ ପାରଳାଇଜ ହୋଇଯାଇଥିବାର ଇତିମଧ୍ୟରେ ଅଭିଯୋଗ ହୋଇଛି।ଏହି ପ୍ରସଙ୍ଗକୁ ନେଇ ଗୋଟିଏ ପଟେ ଅସନ୍ତୋଷ ଉଗ୍ରରୂପ ନେବାକୁ ବସିଥିବା ବେଳେ ପାଟଣାଗଡ଼ ପୋଲିସ ପ୍ରଶାସନ ନିଦାବ୍ରିଷ୍ଣୁ ଅବତାର ଧାରଣ କରି ବସିରହିବା ବୁଦ୍ଧିଜୀବୀ ମହଳକୁ ଆଶ୍ଚର୍ଯ୍ୟାନିତ କରୁଛି!
ମୁଖ୍ୟ କେନ୍ଦ୍ରବିନ୍ଦୁ, ବେଆଇନ ଘୋଷିତ ଅନାମ ଧେୟ ଚାଇନା କମ୍ପାନୀର ହର୍ଣ୍ଣ ଓ ସାଇଲେନ୍ସର ବଜାରରେ ଖୁଲମ ଖୁଲା ବିକ୍ରି ଚାଲିଥିବାରୁ ଏହି ସମସ୍ୟାର ଅନ୍ତ ହେବାପରି ମନେ ହେଉନାହିଁ! ଆହୁରି ମଧ୍ୟ, ବେଆଇନ ହର୍ଣ୍ଣ ଓ ସାଇଲେନ୍ସର ଗାଡି ଗୁଡିକରେ ଲଗାଇ ଶବ୍ଦ ପ୍ରଦୂଷଣ କରୁଥିବା ବାଳୁଙ୍ଗା ଟୋକା ମାନଙ୍କୁ ଲଗାମ ଲଗାଇବାର କାମ ହେଉଛି ପୋଲିସ ବିଭାଗର ହେଲେ କେଜାଣେ କାହିଁକି ଏବଂ କ’ଣ ପାଇଁ ହାତ ବାନ୍ଧି ବସିଛି ଯେ ତାହା ଈଶ୍ୱରଙ୍କୁ ହିଁ ଜଣାଥିବ । ଅତଏବ କାଳବିଳମ୍ବ ନକରି ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟସରକାର ଏଥିପ୍ରତି ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ସର୍ବ ସାଧାରଣରେ ମତ ପ୍ରକାଶ ପାଉଛି !!
Sign in
Sign in
Recover your password.
A password will be e-mailed to you.
Next Post