ଆଇ ମାକୁ ହାଣି ତାର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ନାତି

0

ଜଗତସିଂହପୁର,ତା-୧୬.୦୮.୨୦୨୩/ସୁମନ୍ତ କୁମାର ଦାସ: ଦର୍ଶକବନ୍ଧୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଞ୍ଚଳରେ ସୂଚନା ମୁତାବକ ଏହି ଥାନା ଅଧୀନରେ ଥିବା ନାଗପୁର ପଞ୍ଚାୟତର ଗଦେଇଗିରି ଗ୍ରାମର ଜୀବନଜ୍ୟୋତି ସାହୁ,ଓରଫ ସମୀର ସାହୁ ଏକ ମାରଣାସ୍ତ୍ର ସାହାଯ୍ୟରେ ତାର ଆଇ ମାର ମୁଣ୍ଡ ଗଣ୍ଡିକୁ ଅଲଗା କରିବା ସହିତ ଆଉ ଦୁଇ ଜଣ ମହିଳାଙ୍କୁ ହାଣି ଗୁରୁତ୍ୱର କରିଛି l ଘଟଣା ସ୍ଥଳରେ ଆଇମାର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ମେଡିକାଲରେ ଚିକିଶ୍ଚିତ ହେଉଛନ୍ତି l ଗତ କିଛି ମାସ ତଳେ ଏକ ପ୍ରେମଜନିତ ଘଟଣାକୁ ନେଇ ସେ ଗିରଫ ହୋଇ ଜେଲ ଯାଇଥିବା ବେଳେଜେଲ ପାଚେରୀ ଡେଇଁ ଆସି ଛ ମାସ ହେବ କେଉଁଠି ଲୁଚି ଥିଲା ଆଉ ହଠାତ ଆସି ଏଭଳି ଘଟଣା ଘଟାଇ ଥିବାର ସୂଚନା ମିଳିଛି l ଏଭଳି ଘଟଣା ଘଟାଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ପୋଲିସ ତାକୁ କାବୁ କରି ଥାନାକୁ ନେଇ ନିଜ ହେପାଜତରେ ରଖିବା ସହିତ ତଦନ୍ତ ଚଳାଇଛି l ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି l

Leave A Reply

Your email address will not be published.