ଦିବସଙ୍କୁ “ଗରୀବର ବନ୍ଧୁ” ଭାବେ ସମ୍ମାନିତ କଲେ ଅମଠି ସରପଞ୍ଚ

0

ପଦ୍ମପୁର ବିଧାୟିକାଙ୍କ ହାତରୁ ଗ୍ରହଣ କଲେ ମାନପତ୍ର

ବରଗଡ଼: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅମଠି ଗ୍ରାମ ପଞ୍ଚାୟତରେ ଆୟୋୟିତ ହୋଇଥିବା ୭୭ ତମ ସ୍ୱାଧୀନତା ଦିବସ ଅବସରରେ ବୈତାଳି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଦିବସ କୁମାର ସାହୁଙ୍କୁ ସମାଜ ସେବା କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଅମଠି ଗ୍ରାମ ପଞ୍ଚାୟତ ସରପଞ୍ଚ ଲକ୍ଷେ ସିଂ ଥପା ସମ୍ମାନିତ କରିଛନ୍ତି।ଶ୍ରୀ ସାହୁଙ୍କୁ “ଗରୀବର ବନ୍ଧୁ” ସମ୍ମାନରେ ସମ୍ମାନିତ କରାଯାଇଛି।ତାଙ୍କୁ ମାନପତ୍ର ଦେଇ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବାରିହା ସମ୍ମାନିତ କରିଛନ୍ତି ।ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ସାହୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ହୋଇଥିବା ବେଳେ ୨୦୧୧ ମସିହାରୁ ଝାରବନ୍ଧ ବ୍ଲକରେ ଶିକ୍ଷକତା କରୁଛନ୍ତି।ସେ ବର୍ତ୍ତମାନ ବୈତାଳି କ୍ଲଷ୍ଟରର ସିଆରସିସି ଭାବେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ନିଜ କ୍ଲଷ୍ଟର ଅଧିନସ୍ଥ ବିଦ୍ୟାଳୟ ମାନଙ୍କରେ ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟ ହାସଲ କରିବା ପାଇଁ ଅନେକ ଅଭିନବ ଉଦ୍ୟମ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।ଏହାଛଡା ସେ ନିଜକୁ ନିଜ ପେଷା ଶିକ୍ଷାକତାରେ ସୀମିତ ନ ରଖି ନିଜକୁ ସମାଜର ଅବହେଳିତ ବର୍ଗଙ୍କ ଉନ୍ନତି ସକାଶେ ନିୟୋଜିତ କରିଛନ୍ତି। ଅସହାୟ ରୋଗୀଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସେ ମାଧ୍ୟମ ସାଜି ଅନେକ ପରିବାର ମୁହଁରେ ହସ ଫୁଟାଇ ପାରିଥିବା ଦିବସ କୁମାର ସାହୁଙ୍କୁ ପୁରସ୍କୃତ କରି ଖୁସି ଅନୁଭବ କରିଥିବା କହିଛନ୍ତି ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା।ଅମଠି ଗ୍ରାମ ପଞ୍ଚାୟତ ସ୍ତରରେ ଏହି ଅବସରରେ ବିଭିନ୍ନ ବର୍ଗର ଅନେକ ପ୍ରତିଭାଙ୍କୁ ସମ୍ମାନିତ କରି ଉଦାହରଣ ସୃଷ୍ଟି କରିଛନ୍ତି ଲକ୍ଷେ ସିଂ ଥପା ଯାହାପାଇଁ ତାଙ୍କୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି |

Leave A Reply

Your email address will not be published.