ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ ଉପଲକ୍ଷେ ତ୍ରିରଙ୍ଗା ଯାତ୍ରା ।

0

କେନ୍ଦ୍ରାପଡ଼ା /ପ୍ରଫୁଲ୍ଲ କୁମାର ମଲ୍ଲ: ସ୍ୱାଧୀନତା ର ଅମୃତ ମହୋତ୍ସବ ଉପଲକ୍ଷେ ବିଜେପି କେନ୍ଦ୍ରାପଡ଼ା ବିଧାନସଭା ତରଫରୁ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରା ଇଚ୍ଛାପୁର ରଥଦାଣ୍ଡ ଠାରୁ ବାହାରି ସହର ପରିକ୍ରମା କରି ନୂଆ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଅତିକ୍ରାନ୍ତ କରିଥିଲା l ଶୋଭାଯାତ୍ରାରେ କାର୍ଯ୍ୟକର୍ତ୍ତମାନେ ବିଭିନ୍ନ ସ୍ଲୋଗାନ ମାନ ଦେଇ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ପ୍ରତି ଘର ଉପରେ ତ୍ରିରଙ୍ଗା ଉଡାଇବା ପାଇଁ ନିବେଦନ କରିଥିଲେ l
ଏହାପରେ ଦେଶ ବିଭାଜନର ବିଭୀଷିକା ସ୍ମୃତିରେ ଏକ ନିରବ ମହମବତୀ ଶୋଭାଯାତ୍ରା ସ୍ଥାନୀୟ ନୂଆ ବସଷ୍ଟାଣ୍ଡରୁ ବାହାରି ତିନିମୁହାଣୀ ସ୍ଥିତ ଗୌରୀଶଙ୍କର ହୋଟେଲରେ ଶେଷ ହୋଇଥିଲା l ସେଠାରେ ଜିଲ୍ଲା ସଭାପତି ଶ୍ରୀ ପଣ୍ଡା
ଙ୍କ ସଭାପତିତ୍ୱ ରେ ଆୟୋଜିତ ଏକ ସଭାରେ ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର ପତ୍ରୀ ଯୋଗଦେଇ 1947 ମସିହା ଅଗଷ୍ଟ 14ତାରିଖରେ ଭାରତ ବିଭାଜନର ବିଭତ୍ସ କାହାଣୀ ଓ କିଛି ଜଣ କ୍ଷମତା ପିପାସୁ ରାଜନେତାଙ୍କ ସ୍ୱାର୍ଥ ହାସଲ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଗଣହତ୍ୟାର ଫଳସ୍ୱରୂପ ଭାରତ ଏକ ଖଣ୍ଡିତ ସ୍ୱାଧୀନତା ପାଇବା ସମ୍ପର୍କରେ ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଜେପି ନେତା ସୁନାକର ବେହେରା,ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଉପିନ ରାଉତ, କଳ୍ପନା ମଲ୍ଲିକ, ସାଧାରଣ ସଂପାଦକ ଅଭିମନ୍ୟୁ ଗୋଚ୍ଛାୟତ, ଶଶାଙ୍କ ଶେଖର ସେଠୀ,ସଂପାଦକ ବିକ୍ରମାଦିତ୍ୟ ସାହୁ, ଅମିତାଭ ସୁଆର, ମିହିର ସାମଲ, ବିଜେପି ନେତା ସଲିମ ଖାଁ,ସଞ୍ଜୟ ରଥ, ଦୟାନିଧି ବଳ, ଉମାକାନ୍ତ ନାୟକ, ପ୍ରଶାନ୍ତ ସେଠୀ, ବିଶ୍ଵକାନ୍ତ ନନ୍ଦ, ମଦନ ମୋହନ ବେହେରା, ଅଜୟ ବେହେରା, ଶ୍ରୀଧର ପ୍ରଧାନ, ପ୍ରିୟଦର୍ଶିନୀ ନନ୍ଦ,ସେକ ବୁରହାନ ଅଲ୍ଲୀ,ବନ୍ଦନା ରାଣୀ ରାଉତରାୟ, ସରସ୍ଵତୀ ବେହେରା, ନମିତା ବଳ,ଝିଲି ଦାସ, ବିଚିତ୍ର ପ୍ରଧାନ, ନିହାର ରଞ୍ଜନ ମହାନ୍ତି, ବଳରାମ ବେହେରା, ପ୍ରକାଶ ଦାସ, ସଞ୍ଜୟ ବେହେରା, ବରାହ ପଣ୍ଡା, ବିକ୍ରମ ରାଉତରାୟ, ପ୍ରଦୀପ ସେଠୀ, ଅନୁପ କୁମାର ପରିଡ଼ା, ରାଜେଶ ଦାଶ,ଶଶିକାନ୍ତ ସ୍ୱାଇଁ, ହରେକୃଷ୍ଣ ରାୟ, ଦେବେନ୍ଦ୍ର ସେଠୀ, ରଶ୍ମି ରଂଜନ ରାଉତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ

Leave A Reply

Your email address will not be published.