ହତ୍ୟା ଅଭିଯୁକ୍ତ ଗିରଫ

0

ବାଣପୁର/ଖୋର୍ଦ୍ଧା :(ସେକ୍ କୌସର)ବାଣପୁର ଥାନା ଅଞ୍ଚଳରେ ଏକ ହତ୍ୟା ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ବାଣପୁର ଏନଏସି ଅନ୍ତର୍ଗତ କେନାଲ ସାହିରରଞ୍ଜନ ଷଡ଼ଙ୍ଗୀ (୨୮)ଙ୍କ ସହ ଗୋପାଳପୁର ଗ୍ରାମର ରଜତ ମିଶ୍ର (୩୦)ଙ୍କ ମଧ୍ୟରେ କୌଣସି କାରଣରୁ ଗତ ମଙ୍ଗଳବାର ରାତିରେ ଗଣ୍ଡଗୋଳ ଘଟିଥିଲା। ଏପରିକି ରଜତ ରଞ୍ଜନଙ୍କ ଘର ପାଖକୁ ଆସି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏଥିରେ ରଞ୍ଜନ ଅଚେତ ହୋଇ ପଡିବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ବାଣପୁର ମେଡିକାଲ ଏବଂ ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ପୁଣି ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ।
ଏମ୍ସ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ରଞ୍ଜନଙ୍କର ମୃତ୍ୟୁ ହୋଇଥିଲା। ରଜତଙ୍କ ବିରୋଧରେ ବାଣପୁର ଥାନାରେ ୨୯୫/୨୩ ରେ ମୋକଦମା ରୁଜୁ କରିବା ସହ ଆଇପିସି ଦଫା ୩୦୨, ୧୦୯, ୨୯୪, ୫୦୬ ଓ ୩୪ ରେ ଗିରଫ କରି ତଦନ୍ତ ଜାରି ରହିଥିବା ବାଣପୁର ଆଇଆଇସି ରମେଶ କୁମାର ଦେବତା ସୂଚନା ଦେଇଛନ୍ତି।

Leave A Reply

Your email address will not be published.