ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି ସ୍ଥିତ ସୋରିଷ ପଦର ଛକ ନିକଟରେ ଥିବା ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି।
ତେବେ ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ସରସ୍ବତୀ ମାଝି SDC ରାୟଗଡା ଚେରମନ୍ଏ ଅନୁଷୟା ମାଝି ସହ ବ୍ଳକ ଚେରମେନ କଣ୍ଠ ମାଝି ଉପସ୍ଥିତ ରହିଥିଲେ ଅଞ୍ଚଳ ର ଆଦିବାସୀ ମୁଳନିବାଶି ମାନେ ଟିକିରି ହାଇସ୍କୁଲ ଠାରୁ ସୋରିଷ ପଦର ଛକ ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ।
ଜାତିସଂଘ ତରଫରୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ଅନ୍ତର୍ଜାତୀୟ ଆଦିବାସୀ ଦିବସ ରୂପେ ପାଳନ କରାଯାଉଥିବା ବେଳେ। ଆଜି ବିଶ୍ବରେ ବିଭିନ୍ନ ଦେଶରେ ବସବାସ କରୁଥିବା ଆଦିବାସୀ ଲୋକଙ୍କ ଅଧିକାର ଓ ସୁରକ୍ଷା ଦିଗରେ ସଚେତନ ସୃଷ୍ଟି କରିବା ଏହି ଦିନର ମୁଖ୍ୟ ଲକ୍ଷ୍ୟ ।
ତେବେ ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ‘କାହାରିକୁ ପଛରେ ଛାଡିବା ନାହିଁ’ । ଆଦିବାସୀ ଲୋକଙ୍କୁ ନେଇ ଏକ ନୂଆ ସାମାଜିକ ଚୁକ୍ତି ପାଇଁ ଆଜିର ଦିନଟି ଆହ୍ବାନ ଦେଉଛି । ଏବେ ବି ଅନେକ ଆଦିବାସୀ ସମ୍ପ୍ରଦାୟ ନିଜ ଭୂମି, ଭାଷା ଓ ଆର୍ଥିକ କାର୍ଯ୍ୟକଳାପରୁ ବଞ୍ଚିତ ଅଛନ୍ତି । ତେବେ ଅପହଞ୍ଚ ଇଲାକାରେ ରହିଆସୁଥିବା ସମସ୍ତ ଆଦିବାସୀ ସମ୍ପ୍ରଦାୟଙ୍କ ପାଖରେ ପହଞ୍ଚିନି ମୌଳିକ ସୁବିଧା । ଅନେକ ସ୍ଥାନରେ ଆଦିବାସୀଙ୍କ ସଂସ୍କୃତି ଭାଷା ଆଜି ବିପଦରେ ଏଦିଗରେ ସୋମାନଙ୍କୁ ହେୟ ଜ୍ଞାନ ନକରାଇ ବିଶେଷ ଦୃଷ୍ଟି ଦେବାଦରକାର ବୋଲି କହିଛନ୍ତି। ତେବେ ଆଦିବାସୀ ମାନଙ୍କୁ ସଵୁଖେତ୍ର ସୁଯୋଗ ପ୍ରଧାନ ସହିତ ସେମାନଙ୍କର ଅଧିକାର, ସ୍ୱାଭିମାନ ଓ ସମ୍ମାନ କୁ ବଞ୍ଚାଇର ତ୍ଵରିତ ପଦକ୍ଷେପ ନିଆଯିବା ଦରକାର ବୋଲି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.