ରାଇଘର:-୦୯/୦୮.ପୁଷ୍ପାରାଣୀ ହରିଜନ ;ଆଜି ଦିନରେ ବିଶ୍ବର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକଙ୍କ ଅଧିକାରର ସୁରକ୍ଷା ନିଜ ର ହିକ ପାଇଁ ଲୋକଙ୍କୁ ସଚେତନତା ସୃଷ୍ଟି କରାଯାଇଥାଏ । ଆଜି ସେହି ପରି ଭାବରେ ନବରଙ୍ଗପୁରଜିଲ୍ଲା ରାଇଘର ବ୍ଲକ ର ବିଭିନ୍ନ ପଞ୍ଚାୟତ ଓ ଗାଁ ଗୁଡ଼ିକରେ ପ୍ରତିବର୍ଷ ବୋଲି ଅଗଷ୍ଟ ୯ ତାରିଖକୁ ବିଶ୍ଵ ଆଦିବାସୀ ଦିବସ ରୂପେ ପାଳନ କରାଯାଉଛି ।ରାଜ୍ୟର ପ୍ରାୟ ଲୋକ ଜଙ୍ଗଲଜାତ ଦ୍ରବ୍ୟ ବ୍ୟବହାର କରିଥାନ୍ତି । ଯେଉଁଥିରେ ଆଦିବାସୀମାନଙ୍କର ବଡ ଭୂମିକା ରହିଛି । ସେମାନଙ୍କ ସାହାଯ୍ୟରେ ଏହି ଦ୍ରବ୍ୟ ବଜାରରେ ସହଜରେ ପହଞ୍ଚି ପାରୁଛି । ହେଲେ ଏତେସବୁ ପରେ ବି ଆଦିବାସୀମାନେ କୌଣସି ସୁବିଧା ପାଇ ପାରୁନାହାଁନ୍ତି ।
ଅନେକ ଆଦିବାସୀ ଅଞ୍ଚଳକୁ ଯିବାକୁ ରାସ୍ତାଟିଏ ନାହିଁ ଆଉ କେଉଁଠି ବିଦ୍ୟୁତ ଓ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ଏଠି ବସବାସ କରୁଥିବା ଲୋକେ । ଶିକ୍ଷା କ୍ଷେତ୍ରରେ ମଧ୍ୟ ଛୋଟଛୋଟ ପିଲା ପାଉନାହାଁନ୍ତି ସେତେଟା ସୁବିଧା । ପାଠ ଦି ଅକ୍ଷର ପଢିବା ପାଇଁ ପାଖ ଗାଁକୁ ଯିବାକୁ ହେଉଛି ନଚେତ ପାଠରେ ଡୋରି ବାନ୍ଧି ଘରେ ବସୁଛନ୍ତି ପିଲା । ଅନ୍ଧକାରରେ ରହୁଛି କାଲିର ଭବିଷ୍ୟତ ।ତେବେ ଆଦିବାସୀଙ୍କ ସୁବିଧା ସୁଯୋଗ ଯୋଗାଇବା ସହିତ ସେମାନଙ୍କୁ ଆଗକୁ ବଢିବାରେ ସହାୟତା କରିବା ନେଇ ଏହି ଦିନନଟିକୁ ଦେଶ ବ୍ୟାପି ପାଳନ କରାଯାଏ । ୨୦୧୧ଜନଗଣନା ଅନୁଯାୟୀ, ଭାରତର ଜନସଂଖ୍ୟାର ୮.୬% କିମ୍ବା ୧୦୪ ନିୟୁତ ଲୋକ ଆଦିବାସୀ ଅଟନ୍ତି।ସବୁ ରାଜ୍ୟ ବହୁ ସଂଖ୍ୟାରେ ଅନୁସୂଚିତ ଜନଜାତି ବାସ କରନ୍ତି, ଯେଉଁଥିରେ ଆଦିବାସୀ ଜନସଂଖ୍ୟାର ୨୦% କିମ୍ବା ୧୫ନିୟୁତ ଲୋକ ଅଛନ୍ତି।ଆଜି ରାଇଘର ବ୍ଲକ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକର୍ମରେ ଲୋକଙ୍କୁ ଦେଶର ଆମେ ମୂଳନୀବାସୀ ଆମର ଜଙ୍ଗଲ ଜମି ହକ ପାଇଁ ଆମେ ଲୋଡାଇ କରିବୁ ଆମ ଅଧିକାର ଆମେ ହାସଲ କରିବୁ ବୋଲି ସଂସ୍କୃତି ସାଂସ୍କୃତିକ ଗୀତ ନାଚ କରି ସଚେତନତା କରାଯାଇଥିଲା
Sign in
Sign in
Recover your password.
A password will be e-mailed to you.